ରାଜ୍ୟ

Orangutans Rescue: ଓଡ଼ିଶା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ, କେଉଁଠୁ ଆସିଲେ ଖୋଜୁଛି ବନବିଭାଗ

ଭୋଗରାଇ, ୦୮/୦୯: ଓଡ଼ିଶା ଜଙ୍ଗଲରୁ ବିରଳ ଓରାଙ୍ଗଉଟାନ ଠାବ । ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦୟପୁର ବନବିଭାଗ ଟିମ୍ ବାଲେଶ୍ୱର ଜିଲ୍ଲା ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି । ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଦୟପୁର ବନବିଭାଗର ଏକ ଟିମ୍ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଜଙ୍ଗଲରେ ୫ଟି ଓରାଙ୍ଗଉଟାନକୁ ଦେଖି ବନ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସେମାନଙ୍କୁ ଠାବ କରାଯାଇଥିଲା।ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖାଯାଏ ନାହିଁ। ତେଣୁ ରଣକୋଠା ସଂରକ୍ଷିତ ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବନବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି।

ଉଲ୍ଲେଖଯୋଗ୍ୟ, ଭାରତରେ ଓରାଙ୍ଗଉଟାନକୁ ନେଇ ନନ୍ଦନକାନନର ‘ବିନ୍ନି’ ବେଶ୍ ଚର୍ଚ୍ଚିତ ଥିଲା। ସିଙ୍ଗାପୁରରୁ ଭାରତ ଅଣାଯାଇଥିବା ବିନ୍ନିକୁ ୨୦୦୩ ନଭେମ୍ବର ୨୦ରେ ନନ୍ଦନକାନନକୁ ଅଣାଯାଇଥିଲା। ଦୀର୍ଘଦିନ ଧରି ନନ୍ଦନକାନନର ଆକର୍ଷଣ ପାଲଟିଥିବା ବିନ୍ନି ୨୦୧୯ ମେ’ ୨୯ରେ ୪୧ ବର୍ଷ ବୟସରେ ଆଖି ବୁଜିଥିଲା।

ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ ଘଟଣାକୁ ନେଇ PCCF ପ୍ରେମ ଝା କହିଛନ୍ତି, ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନେ କେଉଁଠୁ ଏବଂ କିପରି ଆସିଲେ, ସେନେଇ ତଦନ୍ତ କରାଯିବ। ଆବଶ୍ୟକ ହେଲେ ସେମାନଙ୍କୁ ନନ୍ଦନକାନନରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି PCCF କହିଛନ୍ତି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button