ଦେଶ ବିଦେଶ

CMRL ମାମଲାରେ ବିଜୟନ୍‌, ଝିଅ ଓ ଜ୍ୱାଇଁଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାବି

କୋଚିନ୍‌ ମିନେରାଲ୍ସ ଆଣ୍ଡ୍‌ ରୁଟାଇଲ୍‌ ଲିମିଟେଡ୍‌ (ସିଏମ୍‌ଆର୍‌ଏଲ୍‌) ସହ ଜଡ଼ିତ ଲାଞ୍ଚ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌, ତାଙ୍କ ଝିଅ ଟି. ବୀଣା ଓ ଜ୍ୱାଇଁ ପି.ଏ. ମହମ୍ମଦ ରିୟାସଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ପ୍ରବର୍ତ୍ତନ...

କୋଚି: କୋଚିନ୍‌ ମିନେରାଲ୍ସ ଆଣ୍ଡ୍‌ ରୁଟାଇଲ୍‌ ଲିମିଟେଡ୍‌ (ସିଏମ୍‌ଆର୍‌ଏଲ୍‌) ସହ ଜଡ଼ିତ ଲାଞ୍ଚ ମାମଲାରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌, ତାଙ୍କ ଝିଅ ଟି. ବୀଣା ଓ ଜ୍ୱାଇଁ ପି.ଏ. ମହମ୍ମଦ ରିୟାସଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେରଳ ଡିଜିପିଙ୍କୁ ଚିଠି ଲେଖିଛି। ମଙ୍ଗଳବାର ଏହି ଚିଠି ପଠାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ସେତେବେଳେ ସେ ତିରୁଅନନ୍ତପୁରମ୍‌ରେ ବିଜୟନ୍‌ଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ଅଗଷ୍ଟରେ ଇଡି କହିଥିଲା ଯେ, ତଲାସି ସମୟରେ କିଛି ହାତଲେଖା ନୋଟ୍‌ ମିଳିଥିଲା ଏବଂ ସେଥିରେ ଦୁବାଇକୁ କିଛି ଅର୍ଥ ପଠାଯିବା ସମ୍ପର୍କିତ ତଥ୍ୟ ଥିଲା। ବୀଣାଙ୍କ ସ୍ୱାମୀ ତଥା ସିପିଆଇ(ଏମ୍‌) ନେତା ରିୟାସ୍‌ କହିଛନ୍ତି ଯେ, ସେ ଓ ଦଳ ଏହି ମାମଲାର ରାଜନୈତିକ ଓ ଆଇନଗତ ମୁକାବିଲା କରିବେ। ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ଏମ୍‌.ଭି. ଗୋବିନ୍ଦନ ମଧ୍ୟ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ସମାନ ମତ ଦେଇ ରିୟାସ୍‌ଙ୍କୁ ନିଶାଣ କରାଯାଉଥିବା ଅଭିଯୋଗ କରିଛନ୍ତି। ବିଜୟନ୍‌ ତାଙ୍କ ଝିଅଙ୍କ ବିରୋଧରେ ଇଡିର ମାମଲାକୁ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button