ଖେଳ
Lionel Messi: ଆଉ ଏକ ଫୁଟ୍ବଲ୍ କ୍ଲବ୍ କିଣିବେ ମେସି
ନିକଟରେ ଅବସର ନେଇଥିବା ଆର୍ଜେଣ୍ଟିନା ମହାନ ଲିଓନେଲ ମେସି ଏବେ ଆଉ ଏକ ଫୁଟ୍ବଲ୍ କ୍ଲବ୍ର ମାଲିକ ହେବାକୁ ଯାଉଛନ୍ତି। ସ୍ପେନ୍ର ଦ୍ବିତୀୟସ୍ତରୀୟ କ୍ଲବ୍ ସିଡି ଏଲ୍ଡେନ୍ସ କିଣିବା ପାଇଁ ସେ ଚୁକ୍ତି କରିଥିବା ନେଇ ସ୍ପେନ୍ର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ମାଦ୍ରିଦ୍: ନିକଟରେ ଅବସର ନେଇଥିବା ଆର୍ଜେଣ୍ଟିନା ମହାନ ଲିଓନେଲ ମେସି ଏବେ ଆଉ ଏକ ଫୁଟ୍ବଲ୍ କ୍ଲବ୍ର ମାଲିକ ହେବାକୁ ଯାଉଛନ୍ତି। ସ୍ପେନ୍ର ଦ୍ବିତୀୟସ୍ତରୀୟ କ୍ଲବ୍ ସିଡି ଏଲ୍ଡେନ୍ସ କିଣିବା ପାଇଁ ସେ ଚୁକ୍ତି କରିଥିବା ନେଇ ସ୍ପେନ୍ର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଟିଏଚ୍ ସୋଲୁସିଓନେସ୍ ଗ୍ରୁପ୍ ଏସ୍ଏଏସ୍ର ସମସ୍ତ ଅଂଶଧନ ଅଧିଗ୍ରହଣ କରିବାକୁ ମେସି ରାଜି ହୋଇଛନ୍ତି।
ପଞ୍ଚମସ୍ତରୀୟ ଦଳ ୟୁଇ କର୍ଣ୍ଣୋଲାକୁ ଅଧିଗ୍ରହଣ କରିଥିଲେ ମେସି
ଅକ୍ଟୋବର ୨୦୨୫ରେ ଏଲ୍ଡେନ୍ସକୁ କଲମ୍ବିଆନ୍ ନିବେଶ ଗୋଷ୍ଠୀ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏବେ ସେମାନେ ଏହାର ସମସ୍ତ ଅଂଶଧନ ମେସିଙ୍କୁ ହସ୍ତାନ୍ତର କରିବେ। ଏହି ଚୁକ୍ତି ସ୍ପେନ୍ର ହାଇ କାଉନସିଲ୍ ଫର ସ୍ପୋର୍ଟ୍ସ (ସିଏସ୍ଡି)ର ଅନୁମୋଦନ ଅପେକ୍ଷାରେ ରହିଛି। ମେସି ଗତ ଏପ୍ରିଲ ୧୬ ତାରିଖରେ ସ୍ପେନ୍ର ପଞ୍ଚମସ୍ତରୀୟ ଦଳ ୟୁଇ କର୍ଣ୍ଣୋଲାକୁ ଅଧିଗ୍ରହଣ କରିଥିଲେ।
ସୌଜନ୍ୟ ସମ୍ବାଦ




