Fake PMO officer: ନକଲି ପିଏମ୍ଓ ଅଫିସର ଓ ସଶସ୍ତ୍ର ଦେହରକ୍ଷୀ ଗିରଫ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ପଦାକୁ ଆସିଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳରେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)ର ଅଫିସର....

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ପଦାକୁ ଆସିଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳରେ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ)ର ଅଫିସର ଭାବେ ପରିଚୟ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ସଶସ୍ତ୍ର ଦେହରକ୍ଷୀଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ରୋହନ ପାରେଖ ଏକ ସନ୍ଦିଗ୍ଧ ସରକାରୀ ପରିଚୟ ପତ୍ର ଦେଖାଇ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ତେବେ ତାଙ୍କ ସହ ଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ପାଖରେ ବନ୍ଧୁକ ଥିବାରୁ ପ୍ରବେଶ ପଥରେ ନିୟୋଜିତ ସୁରକ୍ଷା କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ। ସନ୍ଦେହ ହେବାରୁ ପୋଲିସ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ତେବେ ଗିରଫ ହୋଇଥିବା ରୋହନ ପାରେଖ ନିଜେ ଠକାମିର ଶିକାର ହୋଇଥାଇପାରନ୍ତି ଓ ସେ ନିଜକୁ ସତ ପିଏମ୍ଓ ଅଫିସର ଭାବି କାର୍ଯ୍ୟ କରୁଥିଲେ ବୋଲି ଅଦାଲତରେ ତାଙ୍କ ଆଇନଜୀବୀ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




