ଦେଶ ବିଦେଶ

ମରିବି ପଛେ ଡରିବି ନାହିଁ : ବିଚାରପତି

ମୁଜଫରନଗର : ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ଡରିବାକୁ ମାତାପିତା ମୋତେ ଶିଖାଇଛନ୍ତି। ଯଦି ମୁଁ ଆଉ ଅନ୍ୟକୁ ଭୟ କରିବି ତେବେ କୋର୍ଟ ଉପରୁ ଜନତାଙ୍କ ଭରସା ଉଠିଯିବ। ମୁଁ ମାଫିଆଙ୍କୁ ଡରିଲେ ଏହି ପବିତ୍ର ନ୍ୟାୟିକ ସଂସ୍ଥାରୁ ଇସ୍ତଫା ଦେଇଦେବା ହିଁ ଉଚିତ ହେବ। ମରିବାକୁ ପସନ୍ଦ କରିବି; କିନ୍ତୁ କାହାଠାରୁ କାପୁରୁଷ ଶୁଣିବାକୁ ଚାହିଁବି ନାହିଁ। ନିଜ ନୀତି ଓ ସିଦ୍ଧାନ୍ତରେ ଅଟଳ ରହି ଚାଲୁଥିବା ପର୍ଯ୍ୟନ୍ତ ଚାକିରି କରିବି, ନଚେତ ଇସ୍ତଫା ଦେଇଦେବି। ବିଚାରପତି ଆସନରେ ବସିଥିବା ଯାଏ ରାୟ ଦେବାର ଅଧିକାର କେବଳ ମୋ ପାଖରେ ହିଁ ରହିବ। ଗତ ୫ ମାସରେ ୨୩ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ମୁଜଫରନଗର ବିଚାରପତି ରବି କୁମାର ଦିବାକର ଏହା କହିଛନ୍ତି। ସେ ସୋମବାର ଶାହାପୁର ସେହଜାଦୀ ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ବାମୀ ନଦୀମକୁ ଫାଶୀ ଦଣ୍ଡ ଶୁଣାଇ ନିଜ ରାୟରେ ଏହା ଲେଖିଥିଲେ। କୋର୍ଟ ନଦୀମ ଉପରେ ଲକ୍ଷେ ଟଙ୍କା ଜୋରିମାନା ମଧ୍ୟ ଲଗାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଚାରପତି ରବି କୁମାର ନିଜର ୧୭ ବର୍ଷର ଚାକିରି କାଳରେ ୩୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେଣି।
ଏହାକୁ ନେଇ ତାଙ୍କ ଉପରେ ଉପରେ ବରିଷ୍ଟ ବିଚାରପତିମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଗତ ମାସରେ ବିଚାରପତି ରବିଙ୍କଠାରୁ ଜିଲା ଜଜ୍ ଶହେଟି ମାମଲା ଛଡ଼ାଇ ନେଇ ଅନ୍ୟ ଅଦାଲତକୁ ପଠାଇ ଦେଇଥିଲେ। ଏହାକୁ ନେଇ ସେ ବହୁତ ଦୁଃଖିତ ଥିବା କହିଛନ୍ତି।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button