ରାଜ୍ୟ

Theft: ଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି

ଚାନ୍ଦବାଲି ମୁଖ୍ୟରାସ୍ତା ଚନ୍ଦନପୁର ଛକରେ ଥିବା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ କେହି ଦୁର୍ବୃତ୍ତ ପଶି ମାଆଙ୍କର ସୁନା ଓ ରୁପା ଅଳଙ୍କାର ସହ ଭେଟି ବାକ୍ସରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି ।

ଭଦ୍ରକଚାନ୍ଦବାଲି ମୁଖ୍ୟରାସ୍ତା ଚନ୍ଦନପୁର ଛକରେ ଥିବା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ କେହି ଦୁର୍ବୃତ୍ତ ପଶି ମାଆଙ୍କର ସୁନା ଓ ରୁପା ଅଳଙ୍କାର ସହ ଭେଟି ବାକ୍ସରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗିଥିଲା । ଏହାପରେ ଭିତର ଦ୍ୱାରର ତାଲାକୁ ମଧ୍ୟ କାଟି ମନ୍ଦିର ଭିତରକୁ ପ୍ରବେଶ କରିଥିଲା । ମାଆଙ୍କ ମଥାମଣି, ରୁପା ମକୁଟ, ସୁନା ଚିତା, ସୁନା ଓ ରୁପା ଆଖି, ସୁନା-ରୁପା ହାର ଭଳି ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି ।

ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଚୋରି

କେବଳ ଏତିକି ନୁହେଁ, ଦୁର୍ବୃତ୍ତ ମନ୍ଦିରର ଦାନ ବାକ୍ସର ତାଲା ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି। ବାକ୍ସ ଭିତରେ ଥିବା ଟଙ୍କା ମଧ୍ୟ ଚୋରି କରିନେଇଛି ଚୋର । ଆଜି ଭୋର ପ୍ରାୟ ୪ଟା ସମୟରେ ମନ୍ଦିର ପାଇଁ ଫୁଲ ତୋଳିବାକୁ ଯାଇଥିବା ବ୍ୟକ୍ତି ମନ୍ଦିର ଗେଟ୍‌ ଖୋଲା ଥିବା ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳରେ ଜଣାପଡ଼ିବା ସହ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଚୋରି ପଛରେ କିଏ ରହିଛି ଏବଂ ଚୋରି ହୋଇଥିବା ଅଳଙ୍କାର ଓ ଟଙ୍କା କେଉଁଠି ଅଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button