ରାଜ୍ୟ

Dramatic love story : ପ୍ରେମିକଙ୍କୁ ଜେଲ୍ ପଠାଇଥିଲେ ପ୍ରେମିକାଙ୍କ ପରିବାର, ପ୍ରାୟଶ୍ଚିତ ସ୍ୱରୂପ ଜିଦ୍‌ ଧରି ଦେବାଶିଷଙ୍କୁ ବାହା ହେଲେ ରାନୀ

ସାଲେପୁର, ୧୦/୯ : ଇନ୍‌ଷ୍ଟାଗ୍ରାମ୍‌ରୁ ଆରମ୍ଭ ହୋଇଥିଲା ପରିଚୟ । କ୍ରମେ ସଂପର୍କ ବଦଳି ଯାଇଥିଲା ପ୍ରେମରେ । ତେବେ ପ୍ରେମ, ବିବାହର ରୂପ ନେବା ଆଗରୁ ସଂପର୍କରେ ଉଠିଥିଲା ଝଡ଼ । ପ୍ରେମିକାଙ୍କ ପରିବାରରୁ ଉଠିଥିଲା ବିରୋଧର ସ୍ୱର । ଥାନା-ପୁଲିସ-ଏତଲା-ଗିରଫଦାରି ଭଳି ଆଇନଗତ ଲଢେଇ ଭିତରେ ପ୍ରେମିକଙ୍କୁ ଭୋଗିବାକୁ ପଡ଼ିଥିଲା ଚାରି ମାସ ଜେଲ୍‌ ଦଣ୍ଡ । ଜାମିନ୍‌ରେ ଖଲାସ୍‌ ହେବା ପରେ କିନ୍ତୁ ପୁଣି ବଦଳି ଯାଇଥିଲା ଚିତ୍ରପଟ । ଶେଷରେ ପ୍ରେମିକା ଜିଦ୍‌ ଧରି ବସିଥିଲେ ଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରେମୀଯୁଗଳ । ଏମିତିକା ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ । ଏ କାହାଣୀର ନାୟକ ହେଲେ ସାଲେପୁର ଥାନା ଅଧୀନ ବୋଦାମୁଣ୍ଡାଇ ଅଞ୍ଚଳର ଯୁବକ ଦେବାଶିଷ ପାତ୍ର ।

ସୂଚନା ମୁତାବକ, ପ୍ରାୟ ଚାରି ବର୍ଷ ତଳେ ଇନ୍‌ଷ୍ଟାଗ୍ରାମ୍‌ରେ ଦେବାଶିଷଙ୍କ ସହ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ରାନୀ ପ୍ରଧାନଙ୍କର ସାମାଜିକ ବଂଧୁତ୍ୱ ଓ ସମ୍ପର୍କ ଯୋଡ଼ି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଗଡ଼ି ଉଠିଥିଲା ପ୍ରେମ ସମ୍ପର୍କ । ଏ ସମ୍ପର୍କରେ ରାନୀଙ୍କ ପରିବାର ଲୋକେ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ । ଦେବାଶିଷଙ୍କ ସହ ସମ୍ପର୍କ ନ ରଖିବା ପାଇଁ ଝିଅକୁ ତାଗିଦ୍‌ କରିଥିଲେ । ଦେବାଶିଷଙ୍କ ସହ ରାନୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେଇଥିଲା । ଗତ ଏପ୍ରିଲ ୨୪ ତାରିଖରେ ପରିବାର ଲୋକଙ୍କ ଚାପରେ ରାନୀ ରିଆମାଳ ଥାନାରେ ଏତଲା ଦେଇଥିଲେ । ଦେବାଶିଷ ତାଙ୍କ ସରଳତାର ସୁଯୋଗ ନେଇ ଉଭୟଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ସହ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ରାନୀଙ୍କ ପରିବାର ଲୋକେ ଭେଟିବା କଥା କହି ଓ ବିଭିନ୍ନ ବାହାନା କରି ଦେବାଶିଷଙ୍କୁ ଏପ୍ରିଲ୍‌ ୨୫ ତାରିଖରେ ରିଆମାଳ ଡକାଇ ନେଇଥିଲେ । ସେଠାରେ ପହଞ୍ଚିବା କ୍ଷଣି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜେଲ୍‌ ହାଜତରେ ୪ ମାସ ରହିବା ପରେ ନିକଟରେ ଜାମିନ୍‌ ପାଇ ଘରକୁ ଫେରିଥିଲେ ଦେବାଶିଷ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button