ଦେଶ ବିଦେଶ

Congo: ପୂର୍ବ କଙ୍ଗୋରେ ଦୁଇଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ଏକାଧିକ ଆହତ

ପୂର୍ବ କଙ୍ଗୋର ବୁକାଭୁ ସହରରେ ଥିବା ଦୁଇଟି ପାଖାପାଖି ସ୍କୁଲରେ ଗୁରୁବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତିକମରେ ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସହରକୁ ନିୟନ୍ତ୍ରଣ କରୁଥିବା ବିଦ୍ରୋହୀ ପ୍ରଶାସନ ଏବଂ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୁକାଭୁ: ପୂର୍ବ କଙ୍ଗୋର ବୁକାଭୁ ସହରରେ ଥିବା ଦୁଇଟି ପାଖାପାଖି ସ୍କୁଲରେ ଗୁରୁବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତିକମରେ ୨୪ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ସହରକୁ ନିୟନ୍ତ୍ରଣ କରୁଥିବା ବିଦ୍ରୋହୀ ପ୍ରଶାସନ ଏବଂ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଦ୍ରୋହୀ ସଂଗଠନ ”ଏମ୍-୨୩”ର ପ୍ରବକ୍ତା ଲୋରେନ୍ସ କାନ୍ୟୁକାଙ୍କ କହିବା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୧୯ ଜଣ ଛାତ୍ରୀ ଏବଂ ୫ ଜଣ ଛାତ୍ର ରହିଛନ୍ତି। ଏହାସହ ଅନ୍ୟ ୨୯ ଜଣ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ

ସ୍ଥାନୀୟ ଆଞ୍ଚଳିକ ପ୍ରଶାସକ ମୋଇସେ ଲୁବାଲାଙ୍କ ସୂଚନାନୁସାରେ, ଏକ ନିକଟସ୍ଥ ଘରୁ ନିଆଁ ଲାଗି ପାଖରେ ଥିବା ”ଫୁରାହା” ସେକେଣ୍ଡାରୀ ସ୍କୁଲ ଏବଂ ”ଉଜାମା” ପ୍ରାଥମିକ ସ୍କୁଲକୁ ବ୍ୟାପିଯାଇଥିଲା। ସ୍କୁଲରୁ ବାହାରିବା ରାସ୍ତା ଅତ୍ୟନ୍ତ ସଙ୍କୁଚିତ ଥିବାରୁ ଜରୁରୀ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଠେଲାପେଲା ଏବଂ ଦଳଚକଟା ସୃଷ୍ଟି ହୋଇଥିଲା। କେତେକ ଛାତ୍ରଛାତ୍ରୀ ଝରକା ଦେଇ ଡେଇଁଥିବା ବେଳେ ଫୁରାହା ସ୍କୁଲ ଭିତରେ ଅନେକ ଛାତ୍ରଛାତ୍ରୀ ଫସି ରହି ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ପ୍ରଚଣ୍ଡ ନିଆଁ ଓ ଜନଗହଳି ପୂର୍ଣ୍ଣ କାଠଘର ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା।

ସୂଚନାଯୋଗ୍ୟ, ରୁୱାଣ୍ଡା ସମର୍ଥିତ ଏମ୍-୨୩ ବିଦ୍ରୋହୀ ଗୋଷ୍ଠୀ ୨୦୨୫ ଫେବୃଆରୀରୁ ବୁକାଭୁ ସହରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ଏହି ଅଞ୍ଚଳରେ ପ୍ରାକୃତିକ ସମ୍ପଦକୁ ନେଇ ଶତାଧିକ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ଅନ୍ୟପକ୍ଷରେ, ଏହି ଅଞ୍ଚଳରେ ଏବୋଲା ମହାମାରୀ ଭୟଙ୍କର ରୂପ ନେଇଥିବାରୁ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବହୁ ସଂଖ୍ୟାରେ ଆହତ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବାରୁ ସେମାନଙ୍କ ହିସାବ ରଖିବାରେ ମେଡିକାଲ କର୍ମଚାରୀମାନେ ନାକେଦମ୍ ହେଉଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button