ଦେଶ ବିଦେଶ

Flood in Bihar: ବିହାର ବନ୍ୟା ସ୍ଥିତି ସଙ୍ଗୀନ୍‌: ୧୫ ଜିଲ୍ଲାରେ ୪୬ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି। ୧୫ ଜିଲ୍ଲାରେ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଗଙ୍ଗା, ଗଣ୍ଡକ, ବୁଢ଼ୀ ଗଣ୍ଡକ, କୋଶୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ପାଟନା: ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି। ୧୫ ଜିଲ୍ଲାରେ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଗଙ୍ଗା, ଗଣ୍ଡକ, ବୁଢ଼ୀ ଗଣ୍ଡକ, କୋଶୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିହାର ବିପର୍ଯ୍ୟୟ ପରିଚାଳନା ବିଭାଗ ସଦ୍ୟ ବୁଲେଟିନ୍‌ ଅନୁଯାୟୀ, ୧୫ ଜିଲ୍ଲାର ୮୮ ବ୍ଲକ, ୫୬୧ ଗ୍ରାମ ପଞ୍ଚାୟତରେ ୪୬.୮୮ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲା ମଧ୍ୟରେ ପାଟନା, ଭୋଜପୁର, ସରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ ବକ୍ସର, ସମସ୍ତିପୁର, ମୁଙ୍ଗେର୍‌, କଟିହାର୍‌, ଲଖିସରାଇ, ଖଗରିଆ, ପୂର୍ଣ୍ଣିଆ, ମଧେପୁରା, ଅରରିୟା ରହିଛି।

ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାମାନଙ୍କ ମଧ୍ୟରେ ଭାଗଲପୁର, ପାଟନା, ସରଣ, ବୈଶାଳୀ, ବେଗୁସରାଇ, କଟିହାର, ପୂର୍ଣ୍ଣିଆ ଓ ବକ୍ସର ରହିଛି। ବିହାର ପାଣିପାଗ ବିଭାଗ କେନ୍ଦ୍ର ସୂଚନା ଅନୁଯାୟୀ, ସେପ୍ଟେମ୍ବରରେ ଏପର୍ଯନ୍ତ ୯୦ ମିମି ବର୍ଷ ରେକର୍ଡ଼ କରାଯାଇଛି, ଯାହାକି ସାଧାରଣଠାରୁ ୨୦ ପ୍ରତିଶତ ଅଧିକ। ଶୁକ୍ରବାର ସକାଳ ୬ଟାରେ ଗଙ୍ଗା ନଦୀ ଭାଗଲପୁରର ସୁଲତାନଗଞ୍ଜଠାରେ ବିପଦ ସଙ୍କେତଠାରୁ ୨.୧୨ ମିଟର ଉପରେ ୩୬.୬୨ ମିଟରରେ ପ୍ରବାହିତ ହେଉଥିଲା।

ବନ୍ୟା ସ୍ଥିତିକୁ ଦେଖି ରାଜ୍ୟରେ୧୧୯୪ଟି କମ୍ୟୁନିଟି କିଚେନ୍‌ ଖୋଲା ଯାଇଛି। ବିପନ୍ନଙ୍କ ପାଇଁ ୧୫ଟି ରିଲିଫ୍ ଶିବିର କାର୍ଯ୍ୟ କରୁଛି, ଯେଉଁଠାରେ ୧୧,୨୫୫ ଜଣ ବନ୍ୟା ପୀଡିତଙ୍କ ପାଇଁ ରହିବା, ଖାଦ୍ୟ, ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀ ସେବାର ବ୍ୟବସ୍ଥା କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଏପର୍ଯ୍ୟନ୍ତ ପ୍ରାୟ ୩.୧୦ ଲକ୍ଷ ପଲିଥିନ୍ ସିଟ୍ ଓ ୪୮,୩୦୦ ଶୁଷ୍କ ରାସନ ପ୍ୟାକେଟ ବଣ୍ଟନ କରାଯାଇଛି। ସ୍ଥାନାନ୍ତର ଏବଂ ପରିବହନକୁ ସହଜ କରିବା ପାଇଁ ମୋଟ ୧୯୨୨ ଡଙ୍ଗା ପରିଚାଳିତ ହେଉଛି। ଏପର୍ଯ୍ୟନ୍ତ ୭୫୩୫ କ୍ୱିଣ୍ଟାଲ ପଶୁ ଖାଦ୍ୟ ବଣ୍ଟନ କରାଯାଇଛି। ରିଲିଫ ଓ ଉଦ୍ଧାରକାର୍ଯ୍ୟ ପାଇଁ ୨୭ଟି ଏସ୍‌ଡିଆର୍‌ଏଫ୍‌ ଓ ୧୦ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି। ଆସନ୍ତା ଦୁଇ ଦିନ ପାଇଁ ରାଜ୍ୟରେ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ଓ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button