ରାଜ୍ୟ
Missing: ମହେନ୍ଦ୍ରତନୟାରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
ପାରଳାଖେମୁଣ୍ଡି ନିକଟ ଅମରା ଗ୍ରାମରେ ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ୬୯ ବର୍ଷୀୟ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ଭାସି ନିଖୋଜ। ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି। ତାଙ୍କ ନିଜ ଘର ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଟିଡିମି ଗ୍ରାମରେ ବୋଲି ଜଣାପଡ଼ିଛି।

ପାରଳାଖେମୁଣ୍ଡି: ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଜଣେ ୬୯ ବର୍ଷୀୟ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ଆଜି ଭୋର ପ୍ରାୟ ୫ଟା ୪୦ରେ ପାରଳାଖେମୁଣ୍ଡି ନିକଟ ଅମରା ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ନିଖୋଜ ବୃଦ୍ଧ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ। ସେ ପ୍ରତିଦିନ ଭଳି ଆଜି ଭୋରରୁ ମହେନ୍ଦ୍ରତନୟା ନଦୀକୁ ଗାଧୋଇବାପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ




