ରାଜ୍ୟ
Odisha High Court: ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ପ୍ରସଂଗ ପହଞ୍ଚିଲା ହାଇକୋର୍ଟରେ: ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିଜେଡିର ଚାଲେଞ୍ଜ
ବିଜେଡିରୁ ନିଲମ୍ବିତ ବିଧାୟକ ସଭ୍ୟପଦ ରଦ୍ଦ ପ୍ରସଂଗ ନେଇ ଦାୟର ପୃଥକ ଆବେଦନ ଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।

କଟକ: ଦଳୀୟ ହୁଇପ ନ ମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ କରିଥିବା ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ହାଇକୋର୍ଟରେ ପହଞ୍ଚିଛି। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ନେଇ ଦାୟର ପୃଥକ ଆବେଦନ ଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ବିଜେଡି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ସୌଜନ୍ୟ ସମ୍ବାଦ




