ଅସହ୍ୟ ଯନ୍ତ୍ରଣା ସହିନପାରି ଶେଷରେ ଆତ୍ମହତ୍ୟା; ଦେହରେ ତାରପିନ୍ ଢାଳି ନିଆଁ ଲଗେଇଲେ ଯୁବକ

ବଣାଇ, ୧୨/୦୯: ନିଜ ଦେହରେ ନିଜେ ନିଆଁ ଲଗାଇ ଆତ୍ମହତ୍ୟା। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୁରୁଣ୍ଡିଆ ଥାନା ଗୁରୁଣ୍ଡିଆରେ ଘଟିଛି ଅଭାବନୀୟ ଘଟଣା । ରାଜେଶ ବେହେରା ନାମକ ବ୍ୟକ୍ତି ପାଖାପାଖି ୮ରୁ ୧୦ଦିନ ହେବ ଅସୁସ୍ଥ ଥିଲେ। ତାଙ୍କର ଭୀଷଣ କାଶ ହେଉଥିଲା । ସକାଳୁ ସେ ଶୌଚ ହେବା ପାଇଁ ଘର ପାଖରେ ଥିବା ପଡିଆକୁ ଯାଇଥିଲେ। ଅସହ୍ୟ ଯନ୍ତ୍ରଣାକୁ ସହିନପାରି ସେଠାରେ ନିଜ ଦେହରେ ତାରପିନ୍ ଢାଳି ନିଆଁ ଲଗେଇ ଦେଇଥିଲେ । କଷ୍ଟ ହେବାରୁ ଜୋରରେ ପାଟି କରିବାରୁ ପାଖରେ ଥିବା ଘର ଲୋକେ ସାଙ୍ଗେ ପହଂଚିଲା ବେଳକୁ ସେ ତଳେ ପଡି ଯାଇଥିଲେ । ଗୁରୁଣ୍ଡିଆ ଅଗ୍ନିଶମ ବିଭାଗ ଏବଂ ଗୁରୁଣ୍ଡିଆ ଥାନା ଅଧିକାରୀଙ୍କୁ ଜଣାଇଥିଲେ ଗାଁ ଲୋକ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଦେଇଛନ୍ତି ଗୁରୁଣ୍ଡିଆ ଥାନା ଅଧିକାରୀ ବିଜୟ କୁମାର ସିଂ। ସଙ୍ଗେ ସଙ୍ଗେ ଗୁରୁଣ୍ଡିଆ ଥାନା ଅଧିକାରୀ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ବଣାଇ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ କରୁଛନ୍ତି ।
ସୌଜନ୍ୟ ପ୍ରମେୟ




