ଦେଶ ବିଦେଶ

India: ଭାରତ ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣର ନିକଟତର, ଏସ୍‌ଏସ୍‌ଟି-୧ରେ ଲାଗିଲା ନୂଆ ଗାଇରୋଟ୍ରନ୍‌

ଭାରତର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ ପ୍ରୟାସରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗୁଜରାଟସ୍ଥିତ ପ୍ଲାଜ୍‌ମା ଗବେଷଣା ପ୍ରତିଷ୍ଠାନରେ ଥିବା ଏସ୍‌ଏସ୍‌ଟି-୧ ଟୋକାମାକ୍‌ରେ ନୂଆ ୮୨.୬ ଗିଗାହର୍ଜ ଓ ୪୦୦ କିଲୋୱାଟ୍‌ କ୍ଷମତାର ଗାଇରୋଟ୍ରନ୍‌ ସ୍ଥାପନ କରାଯାଇଛି।

ନୂଆଦିଲ୍ଲୀ: ଭାରତର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ ପ୍ରୟାସରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଗୁଜରାଟସ୍ଥିତ ପ୍ଲାଜ୍‌ମା ଗବେଷଣା ପ୍ରତିଷ୍ଠାନରେ ଥିବା ଏସ୍‌ଏସ୍‌ଟି-୧ ଟୋକାମାକ୍‌ରେ ନୂଆ ୮୨.୬ ଗିଗାହର୍ଜ ଓ ୪୦୦ କିଲୋୱାଟ୍‌ କ୍ଷମତାର ଗାଇରୋଟ୍ରନ୍‌ ସ୍ଥାପନ କରାଯାଇଛି। ସୋମବାର ଏହାର ସ୍ଥାପନ ଓ ପରୀକ୍ଷାମୂଳକ କାର୍ଯ୍ୟକ୍ଷମତା ପ୍ରଦର୍ଶନ ଆରମ୍ଭ ହୋଇଛି। ଏହି ନୂଆ ଉପକରଣ ଅତ୍ୟଧିକ ତାପମାତ୍ରାର ପ୍ଲାଜ୍‌ମାକୁ ଅଧିକ ସମୟ ଧରି ଗରମ ଓ ସ୍ଥିର ରଖିବାରେ ବୈଜ୍ଞାନିକମାନଙ୍କୁ ସହାୟତା କରିବ।

ତେବେ କେବଳ ଏତେ ଅଧିକ ତାପମାତ୍ରା ହାସଲ କରିବା ଯଥେଷ୍ଟ ନୁହେଁ। ପ୍ଲାଜ୍‌ମାକୁ ଦୀର୍ଘ ସମୟ ଧରି ସ୍ଥିର ରଖିବା ହେଉଛି ବୈଜ୍ଞାନିକଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍‌। ନୂଆ ଗାଇରୋଟ୍ରନ୍‌ ଏହି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ। ଏହା ଉଚ୍ଚ ଆବୃତ୍ତିର ମାଇକ୍ରୋୱେଭ୍‌ ଶକ୍ତି ଉତ୍ପନ୍ନ କରି ପ୍ଲାଜ୍‌ମାକୁ ଗରମ କରେ। ପୂର୍ବରୁ ଏସ୍‌ଏସ୍‌ଟି-୧ରେ ୪୨ ଗିଗାହର୍ଜର ଗାଇରୋଟ୍ରନ୍‌ ବ୍ୟବହାର ହେଉଥିଲା। ନୂଆ ବ୍ୟବସ୍ଥା ଏହାଠାରୁ ଅଧିକ କ୍ଷମତାଶାଳୀ। ତେବେ ଏହି ଗାଇରୋଟ୍ରନ୍‌ ଲାଗିବା ମାତ୍ରେ ଏସ୍‌ଏସ୍‌ଟି-୧ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ଫ୍ୟୁଜନ୍‌ କେନ୍ଦ୍ର ପାଲଟିବ ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଅତ୍ୟଧିକ ଗରମ ପ୍ଲାଜ୍‌ମାକୁ ନିୟନ୍ତ୍ରଣ ଓ ସ୍ଥିର ରଖିବା ନେଇ ଗବେଷଣାକୁ ଆହୁରି ଆଗକୁ ନେବା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button