ରାଜ୍ୟ
Angul Tragedy: ଭିଣୋଇ ଦଶାହ ତୁଠରେ ଶାଳକଙ୍କ ନଦୀରେ ବୁଡ଼ି ମୃତ୍ୟୁ
ଅନୁଗୋଳ ତୁମୁଣି ଗାଁରେ ଭିଣୋଇଙ୍କ ଦଶାହ କର୍ମକୁ ଯାଇ ମାତେଳିଆ ନାଳରେ ବୁଡ଼ି ୪୫ ବର୍ଷୀୟ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ରାସ୍ତାରୋକ।

ଅନୁଗୋଳ: ଭିଣୋଇଙ୍କ ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ ଶାଳକ। ଶୁଦ୍ଧି ହୋଇ ଫେରିଥାନ୍ତେ। ହେଲେ ଶବ ହୋଇ ଫେରିଲେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ୍ ତୁମୁଣି ଗାଁରେ। ଗାଁ ନିକଟରେ ଥିବା ମାତେଳିଆ ନାଳରେ ଭାସି ଜୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକ ରାସ୍ତାରୋକ କରିଛନ୍ତି।
ସୌଜନ୍ୟ ସମ୍ବାଦ




