ରାଜ୍ୟ

Ganesh Chaturthi ହୋମ ନିଆଁରେ ଦୃଶ୍ୟମାନ ହେଲା ଗଣେଶଙ୍କ ପ୍ରତିଛବି!

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଆଜି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ପୂଜା କମିଟି ପକ୍ଷରୁ ବିଭିନ୍ନ ମଣ୍ଡପରେ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ତେବେ ଝରିଗାଁ ସ୍ଥିତ ଭିଜନ ପବ୍ଲିକ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।ପୁରୋହିତ ଭାବେ ସୁବାଷ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ବୀରେନ୍ଦ୍ର କୁମାର ପାଢୀ ଦାଇତ୍ୱ ତୁଲାଇ ଥିଲେ।

ଝରିଗାଁ: ନବରଙ୍ଗପୁରଜିଲ୍ଲା ଝରିଗାଁରେ ଆଜି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ପୂଜା କମିଟି ପକ୍ଷରୁ ବିଭିନ୍ନ ମଣ୍ଡପରେ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ତେବେ ଝରିଗାଁ ସ୍ଥିତ ଭିଜନ ପବ୍ଲିକ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।ପୁରୋହିତ ଭାବେ ସୁବାଷ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ବୀରେନ୍ଦ୍ର କୁମାର ପାଢୀ ଦାଇତ୍ୱ ତୁଲାଇ ଥିଲେ।

ତେବେ ହୋମ କରିବା କରିବା ସମୟରେ ଉପସ୍ଥିତ କିଛି ଶିକ୍ଷକ ଶିକ୍ଷୟିତ୍ରୀ ମୋବାଇଲ ଯୋଗେ ଫୋଟ ଉତ୍ତୋଳନ କରୁଥିଲେ।ଫୋଟ ଉତ୍ତୋଳନ ପରେ ହୋମ ନିଆଁ ଗଣେଶ ଆକୃତିର କାନ ଓ ଶୁଣ୍ଢ ସଦୃଶ୍ୟ ପ୍ରତିଛବି ଭଳି ଦେଖିବାକୁ ମିଳିଥିଲା।ପରେ ଏହି ଛବିକୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ଅଭିବାହକ ମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।କିଛି ସମୟ ପାଇଁ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଯାଇଥିଲା।ଘଟଣା ପରେ ସାମାଜିକ ଗଣମାଧ୍ୟମରେ ମୋବାଇଲ ଠାରୁ ମୋବାଇଲ ଫୋଟ ଘୁରି ବୁଲିଥିଲା।କିଛି ଲୋକ ଘଟଣାକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ନେଉଥିବା ଦେଖିବାକୁ ମିଳିଛି।ତେବେ ଝରିଗାଁରେ ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button