ରାଜ୍ୟ
ଡାକ୍ତରଙ୍କ ଅବହେଳା ଯୋଗୁଁଁ ଚାଲିଗଲା ରୋଗୀ ଜୀବନ!

ପାଗା : ଡାକ୍ତରଙ୍କ ଅବହେଳା ଯୋଗୁଁଁ ରୋଗୀଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। କଟକରେ ମଙ୍ଗଳବାର ଏଭଳି ଅଘଟଣ ଘଟିଛି। କଟକ ଜଗତପୁର ସ୍ଥିତ ଆଇ ବି ରୋଡ଼ ସତ୍ୟମ୍ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳା ଯୋଗୁଁଁ ରୋଗୀ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି। ସେପଟେ ଯୋନ ଏକର ଏସିପି ଅରୁଣ ସ୍ବାଇଁ ଏବଂ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ ସାସମଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଚିକିତ୍ସା ଅବହେଳା ଓ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁଁ ରୋଗୀଙ୍କ ମୃତ୍ୟୁ ହୋଇଛି।
ସୌଜନ୍ୟ ସମାଜ




