ଦେଶ ବିଦେଶ
DMK: ଡିଏମ୍କେ ସାଂସଦ ଏ ରାଜା ଓ ଦୁଇ ବିଧାୟକଙ୍କ ବିରୋଧରେ ମାମଲା, ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ
ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ଆଇନ ମନ୍ତ୍ରୀ ସିଟିଆର୍ ନିର୍ମଳ କୁମାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ଏହି ମାମଲା ହୋଇଛି।

ଚେନ୍ନାଇ: ଚେନ୍ନାଇ ଓ କାଲ୍ଲାକୁରିଚିରେ ପୁଲିସ ୩ ଜଣ ଡିଏମ୍କେ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ଆଇନ ମନ୍ତ୍ରୀ ସିଟିଆର୍ ନିର୍ମଳ କୁମାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ଏହି ମାମଲା ହୋଇଛି। ଡିଏମ୍କେ ସାଂସଦ ଏ ରାଜା, ହାରବୋର୍ ବିଧାୟକ ପିକେ ଶେକରବାବୁ ଓ ଋଷିବନ୍ଦୀୟମ ବିଧାୟକ ବସନ୍ତମ କେ କାର୍ତ୍ତିକେୟନଙ୍କ ବିରୋଧରେ ପୃଥକ୍ ମାମଲା ରୁଜୁ ହୋଇଛି।
ସୌଜନ୍ୟ ସମ୍ବାଦ




