ଦେଶ ବିଦେଶ

DMK: ଡିଏମ୍‌କେ ସାଂସଦ ଏ ରାଜା ଓ ଦୁଇ ବିଧାୟକଙ୍କ ବିରୋଧରେ ମାମଲା, ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ

ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ଆଇନ ମନ୍ତ୍ରୀ ସିଟିଆର୍‌ ନିର୍ମଳ କୁମାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ଏହି ମାମଲା ହୋଇଛି।

ଚେନ୍ନାଇ: ଚେନ୍ନାଇ ଓ କାଲ୍ଲାକୁରିଚିରେ ପୁଲିସ ୩ ଜଣ ଡିଏମ୍‌କେ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେପ୍ଟେମ୍ବର ୧୨ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସମୟରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ଆଇନ ମନ୍ତ୍ରୀ ସିଟିଆର୍‌ ନିର୍ମଳ କୁମାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଅଭିଯୋଗରେ ଏହି ମାମଲା ହୋଇଛି। ଡିଏମ୍‌କେ ସାଂସଦ ଏ ରାଜା, ହାରବୋର୍‌ ବିଧାୟକ ପିକେ ଶେକରବାବୁ ଓ ଋଷିବନ୍ଦୀୟମ ବିଧାୟକ ବସନ୍ତମ କେ କାର୍ତ୍ତିକେୟନଙ୍କ ବିରୋଧରେ ପୃଥକ୍‌ ମାମଲା ରୁଜୁ ହୋଇଛି।

କିନ୍ତୁ ଡିଏମ୍‌କେ ଉପସାଧାରଣ ସମ୍ପାଦକ ତଥା ସାଂସଦ କାନିମୋଝି କରୁଣାନିଧି ଏଥିପାଇଁ ତାଙ୍କୁ ଭର୍ତ୍ସନା କରିବା ପରେ ରାଜା ନିଜ ଟିପ୍ପଣୀ ପ୍ରତ୍ୟାହାର କରିଥିଲେ। ପୃଥକ୍‌ ମାମଲାରେ ନର୍ଥ ବିଚ୍‌ ପୁଲିସ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଶେକରବାବୁଙ୍କ ବିରୋଧରେ ମାମଲା କରିଛି। ସେହିପରି କାଲ୍ଲାକୁରିଚି ପୁଲିସ କାର୍ତ୍ତିକେୟନଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଜୟ ରାଜ୍ୟ ବିଧାନସଭାରେ ଡିଏମ୍‌କେ ଉପରେ ତୀବ୍ର ଆକ୍ରମଣ କରିବା ସହ ପୂର୍ବ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଟିପ୍ପଣୀକୁ ବିରୋଧ କରି ଡିଏମ୍‌କେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button