ଦେଶ ବିଦେଶ
UPI transactions: ୟୁପିଆଇ କାରବାରରେ ଲାଗିବ ୦.୪% ଶୁଳ୍କ: ~୨ ହଜାରରୁ ଅଧିକ ପୈଠରେ ଆଦାୟ ହେବ-ଅକ୍ଟୋବର ୧୫ରୁ ଲାଗୁ
ଦୀର୍ଘଦିନର ପ୍ରତୀକ୍ଷା ପରେ ୟୁପିଆଇ କାରବାର ପାଇଁ ସରକାର ଆଜି ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଘୋଷଣା କରିଛନ୍ତି। ୨ ହଜାର ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ହାରରେ ଏହି ରାଶି ଆଦାୟ ହେବ।

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତୀକ୍ଷା ପରେ ୟୁପିଆଇ କାରବାର ପାଇଁ ସରକାର ଆଜି ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଘୋଷଣା କରିଛନ୍ତି। ୨ ହଜାର ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ହାରରେ ଏହି ରାଶି ଆଦାୟ ହେବ। ଆସନ୍ତା ଅକ୍ଟୋବର ୧୫ରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ କୁହାଯାଇଛି। ତେବେ ଦୋକାନୀ ବା ମର୍ଚ୍ଚାଣ୍ଟମାନେ ଏହି ରାଶି ସେମାନଙ୍କ ବ୍ୟାଙ୍କକୁ ପ୍ରଦାନ କରିବେ। ଗ୍ରାହକଙ୍କ ଉପରେ ଏହା ଲଦାଯାଇ ପାରିବ ନାହିଁ। ୭୫ ହଜାର ଟଙ୍କା ଏବଂ ତଦୂର୍ଦ୍ଧ୍ବ ପୈଠ କ୍ଷେତ୍ରରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ପ୍ରତି କାରବାର ପିଛା ୩୦୦ ଟଙ୍କାରେ ସୀମିତ ରହିବ।
ସୌଜନ୍ୟ ସମ୍ବାଦ




