ଦେଶ ବିଦେଶ

investment: ୫୦ ଟଙ୍କାରୁ ଆରମ୍ଭ, ଲକ୍ଷପତି ହେବାର ପଥ!

ଦିନକୁ ମାତ୍ର ୫୦ ଟଙ୍କା ସଞ୍ଚୟ ... ଶୁଣିବାକୁ ବହୁତ ଛୋଟ ରାଶି ଲାଗୁଛି ନା? କିନ୍ତୁ ଏହି ଛୋଟ ଛୋଟ ଟଙ୍କା ଯଦି ନିୟମିତ ସଞ୍ଚୟ କରାଯାଏ, ତେବେ ବର୍ଷକୁ ଜମା ହୋଇପାରିବ ୧୮ ହଜାର ଟଙ୍କା। ଆଉ ଏହି ଟଙ୍କାକୁ ଯଦି ଦୀର୍ଘ ସମୟ ପାଇଁ ନିବେଶ କରନ୍ତି, ତେବେ ବଜାର ଭିତ୍ତିକ ନିବେଶରେ ରିଟର୍ଣ୍ଣ ମିଳିବାର ସମ୍ଭାବନା ବି ରହିଛି। ତେବେ ୫୦ ଟଙ୍କାର ଏହି ଛୋଟ ଫର୍ମୁଲା କେମିତି ତିଆରି କରିପାରେ ବଡ଼ ଫଣ୍ଡ? ଆସନ୍ତୁ ଜାଣିବା।

ନୂଆଦିଲ୍ଳୀ: ଦିନକୁ  ମାତ୍ର ୫୦ ଟଙ୍କା ସଞ୍ଚୟ  … ଶୁଣିବାକୁ ବହୁତ ଛୋଟ ରାଶି ଲାଗୁଛି ନା? କିନ୍ତୁ ଏହି ଛୋଟ ଛୋଟ ଟଙ୍କା ଯଦି ନିୟମିତ ସଞ୍ଚୟ କରାଯାଏ, ତେବେ ବର୍ଷକୁ ଜମା ହୋଇପାରିବ ୧୮ ହଜାର ଟଙ୍କା। ଆଉ ଏହି ଟଙ୍କାକୁ ଯଦି ଦୀର୍ଘ ସମୟ ପାଇଁ ନିବେଶ କରନ୍ତି, ତେବେ ବଜାର ଭିତ୍ତିକ ନିବେଶରେ ରିଟର୍ଣ୍ଣ ମିଳିବାର ସମ୍ଭାବନା ବି ରହିଛି। ତେବେ ୫୦ ଟଙ୍କାର ଏହି ଛୋଟ ଫର୍ମୁଲା କେମିତି ତିଆରି କରିପାରେ ବଡ଼ ଫଣ୍ଡ? ଆସନ୍ତୁ ଜାଣିବା। ଦିନକୁ ୫୦ ଟଙ୍କା ସଞ୍ଚୟ କଲେ, ୩୦ ଦିନରେ ହେବ ପ୍ରାୟ ୧୫୦୦ ଟଙ୍କା। ଆଉ ବର୍ଷକୁ ଜମା ହେବ ୧୮ ହଜାର ଟଙ୍କା। ଅର୍ଥାତ୍ ଚା’, ସ୍ନାକ୍ସ କିମ୍ବା ଛୋଟମୋଟ ଅନାବଶ୍ୟକ ଖର୍ଚ୍ଚରୁ ଦିନକୁ ୫୦ ଟଙ୍କା ଅଲଗା କରିପାରିଲେ, ଧୀରେ ଧୀରେ ଏକ ଭଲ ରାଶି ତିଆରି ହୋଇପାରିବ।କିନ୍ତୁ ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ ସଞ୍ଚୟ ଓ ନିବେଶ ଏକ ଜିନିଷ ନୁହେଁ। କେବଳ ଟଙ୍କା ଜମା କଲେ ଆପଣଙ୍କ ମୂଳ ରାଶି ବଢ଼ିବ। ଆଉ ସେହି ଟଙ୍କାକୁ ନିବେଶ କଲେ, ମୂଳଧନ ଉପରେ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହେ।

ଧରନ୍ତୁ, ଦିନକୁ ୫୦ ଟଙ୍କା ହିସାବରେ ମାସକୁ ୧୫୦୦ ଟଙ୍କା ନିବେଶ କରୁଛନ୍ତି। ଏହାକୁ SIP ଜରିଆରେ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିହେବ। ଉଦାହରଣ ସ୍ୱରୂପ, ଯଦି କେବଳ ହିସାବ ବୁଝିବା ପାଇଁ ବାର୍ଷିକ ୧୨ ପ୍ରତିଶତ ରିଟର୍ଣ୍ଣ ଧରାଯାଏ, ତେବେ ୧୦ ବର୍ଷରେ ନିବେଶ ହୋଇଥିବା ରାଶି ପ୍ରାୟ ୧ ଲକ୍ଷ ୮୨ ହଜାର ୫୦୦ ଟଙ୍କା ହେବ। ଏହି ଅନୁମାନିତ ହାରରେ ମୋଟ ମୂଲ୍ୟ ପ୍ରାୟ ୩ ଲକ୍ଷ ୫୨ ହଜାର ୮୬୮ ଟଙ୍କା ହୋଇପାରେ। କିନ୍ତୁ ୧୨ ପ୍ରତିଶତ ରିଟର୍ଣ୍ଣ ନିଶ୍ଚିତ ନୁହେଁ। ମ୍ୟୁଚୁଆଲ୍ ଫଣ୍ଡ ଓ ଅନ୍ୟ ବଜାରଭିତ୍ତିକ ନିବେଶରେ ବଜାର ଉଠାପଡ଼ା ଅନୁସାରେ ରିଟର୍ଣ୍ଣ ବଦଳିପାରେ।  ତେଣୁ ନିବେଶ ପୂର୍ବରୁ ନିଜର ଆୟ, ଜରୁରୀକାଳୀନ ଖର୍ଚ୍ଚ, ଝୁମ୍ପ ନେବା କ୍ଷମତା ଓ ନିବେଶର ଅବଧିକୁ ବୁଝିବା ଦରକାର। ଆୟ ନିୟମିତ ହେଲେ ୧୫୦୦ ଟଙ୍କାର ମାସିକ SIP ଅଟୋମେଟ୍ କରିପାରିବେ। ଆଉ ଆୟ ଅନିୟମିତ ହେଲେ ନିୟମିତ ବ୍ୟବଧାନରେ ଛୋଟ ରାଶି ଅଲଗା ରଖିବାର ଅଭ୍ୟାସ କରିପାରିବେ। ସବୁଠାରୁ ବଡ଼ କଥା—୫୦ ଟଙ୍କା ନୁହେଁ, ନିୟମିତତା ହେଉଛି ମୁଖ୍ୟ। ଆଜି ୫୦ ଟଙ୍କାରୁ ଆରମ୍ଭ କରି, ଆୟ ବଢ଼ିଲେ ଏହାକୁ ୭୫, ୧୦୦ କିମ୍ବା ତା’ଠାରୁ ଅଧିକ କରିହେବ। ଛୋଟ ଆରମ୍ଭ, ନିୟମିତ ଅଭ୍ୟାସ ଓ ଦୀର୍ଘ ସମୟ ଏହି ତିନୋଟି ମିଶି ଆପଣଙ୍କ ଆର୍ଥିକ ଲକ୍ଷ୍ୟ ପାଇଁ ଏକ ଭିତ୍ତି ତିଆରି କରିପାରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button