Hockey player: ହକି ଖେଳାଳିଙ୍କୁ ମିଳିଲା ଜୋତା
ଆଉ ଭଙ୍ଗା ଷ୍ଟିକ୍ ଓ ବିନା ଜୋତାରେ ଅଭ୍ୟାସ ନୁହେଁ। ରାୟଗଡ଼ା ହକି ଖେଳାଳିଙ୍କ ସଂପର୍କରେ ‘ସମ୍ବାଦ’ ରେ ପ୍ରକାଶିତ ରିପୋର୍ଟ କ୍ରୀଡ଼ା ବିଭାଗ ଓ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି।

ରାୟଗଡ଼ା: ଆଉ ଭଙ୍ଗା ଷ୍ଟିକ୍ ଓ ବିନା ଜୋତାରେ ଅଭ୍ୟାସ ନୁହେଁ। ରାୟଗଡ଼ା ହକି ଖେଳାଳିଙ୍କ ସଂପର୍କରେ ‘ସମ୍ବାଦ’ ରେ ପ୍ରକାଶିତ ରିପୋର୍ଟ କ୍ରୀଡ଼ା ବିଭାଗ ଓ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଛି। ତୁରନ୍ତ କ୍ରୀଡ଼ାବିତ୍ଙ୍କୁ ଜୋତା ଯୋଗାଇଦେବା ସହ ଖୁବ୍ ଶୀଘ୍ର ନୂତନ କିଟ୍ ପ୍ରଦାନ କରିବାକୁ ପଦକ୍ଷେପ ନେଇଛି। ଜୋତା ମିଳିବା ପରେ ଶୁକ୍ରବାର କ୍ରୀଡ଼ାବିତ୍ ଏହା ପିନ୍ଧି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ଜିଲ୍ଲା କ୍ରୀଡ଼ା ଅଧିକାରୀ କୈଳାସ ଚନ୍ଦ୍ର ସ୍ବାଇଁ ଜିସିଡି ହାଇସ୍କୁଲ ଛାତ୍ରାବାସରେ ପହଞ୍ଚି କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ା ଅଧିକାରୀ ଶ୍ରୀ ସ୍ବାଇଁ କହିଛନ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ରୀଡ଼ାବିତ୍ଙ୍କୁ ବର୍ଷକ ତଳେ କିଟ୍ ଦିଆଯାଇଥିଲା। ଖୁବ୍ ଶୀଘ୍ର ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯିବ। କ୍ରୀଡ଼ା ବିଭାଗ ନିର୍ଦେଶକ ୱାଇ. ବିଜୟ ‘ହକି ପ୍ରମୋସନ୍ କାଉନସିଲ’ ମୁଖ୍ୟ ବିଜୟ ସ୍ବାଇଁଙ୍କୁ କ୍ରୀଡ଼ାବିତ୍ଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




