TRAI spam rules : ଆପଣଙ୍କୁ ଆସୁଛି କି ସ୍ପାମ୍ କଲ୍ ? TRAI ଆଣିଲା ନୂଆ ନିୟମ,ପଢ଼ି ନିଅନ୍ତୁ ଏହି ଖବର..

ନୂଆଦିଲ୍ଲୀ,୧୯ \୯ : ଟେଲିକମ୍ ନିୟାମକ ଟ୍ରାଇ ନକଲି ଏବଂ ଅନାବଶ୍ୟକ କମର୍ସିଆଲ କଲ୍ ଗୁଡ଼ିକୁ ରୋକିବା ପାଇଁ ଆଜି ନୂଆ ନିୟମ ଲାଗୁ କରିଛି । ଏହା ଅଧୀନରେ ରୋବୋକଲ୍ସ, ଅଟୋମେଟେଡ୍ କଲ୍ସ ଏବଂ ଏଆଇ ଆଧାରିତ ସ୍ପାମ୍ ଚିହ୍ନଟକୁ ନିୟାମକ ପରିସରକୁ ଅଣାଯାଇଛି । ଯଦି କୌଣସି ସ୍ପାମରଙ୍କ ୫ କିମ୍ବା ଏହାଠାରୁ ଅଧିକ ନମ୍ବର ୧୦ ଦିନରେ ଚିହ୍ନଟ ହୁଏ ତେବେ ଉକ୍ତ ସ୍ପାମରଙ୍କ ଟେଲିକମ୍ ସଂଯୋଗ କାଟି ଦିଆଯାଇପାରେ ଏବଂ ବର୍ଷକ ପାଇଁ କଳାତାଲିକାଭୁକ୍ତ କରାଯାଇପାରେ । ଏହାବ୍ୟତୀତ ଅଟୋମେଟେଡ୍ କଲ୍ ଉପରେ ମିନିଟ୍ ପିଛା ୫ ପଇସା ଚାର୍ଜ ବି ଲାଗିବ ।
ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଟେଲିକମ୍ କମ୍ପାନୀଗୁଡ଼ିକୁ ସ୍ପାମ୍ କଲ୍ କରୁଥିବା ଅଣପଞ୍ଜିକୃତ ସଂସ୍ଥାଗୁଡ଼ିକ ବିରୁଦ୍ଧରେ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏହି ସୂଚନା TRAI ଦ୍ୱାରା ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ସେୟାର କରାଯାଇଛି । TRAI ଏହି ସମସ୍ତ ସଂସ୍ଥାଗୁଡ଼ିକରୁ ଟେଲିକମ୍ ସମ୍ବଳ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ଆପଣ ଏବେ ସ୍ପାମ୍ କଲ୍ ରୁ ମୁକ୍ତ ହେବେ। ଏହି ସମୟ ମଧ୍ୟରେ କୌଣସି ଟେଲିକମ୍ କମ୍ପାନୀକୁ ନୂତନ ସଂଯୋଗ ଦିଆଯିବ ନାହିଁ ବୋଲି ଟ୍ରାଇ କହିଛି। ଟ୍ରାଇ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଏହି ନୂତନ ନିୟମକୁ ତୁରନ୍ତ ପାଳନ କରିବାକୁ ଏବଂ ଏହି ବିଷୟରେ ନିୟମିତ ଅପଡେଟ୍ ପ୍ରଦାନ କରିବାକୁ ଅନୁରୋଧ କରିଛି।
ସୌଜନ୍ୟ ପ୍ରମେୟ




