ରାଜ୍ୟ

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳଙ୍କୁ ଶୁକ୍ରବାର ଖାରବେଳନଗର ଥାନା ପୋଲିସ ଗିରଫ କରିଛି। ପୀଡିତା ଯୁବତୀଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ଅରୁଣଙ୍କ ନାମରେ ମାମଲା (ନଂ.୬୫୭/୨୬) ରୁଜୁ କରାଯାଇଛି। ତାଙ୍କ ବିରୋଧରେ ବିଏନ୍‌ଏସ ଧାରା ୬୪(୨)(ବି) ବଳାକତ୍ାର କରିବା, ୧୦୯(୧) ହତ୍ୟା ଉଦ୍ୟମ, ୧୧୫(୨) ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ୨୯୬ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା, ୩୫୧(୨) ଆପରାଧିକ ଉଦ୍ଦେଶ୍ୟ ରଖି ଧମକ ଦେବା ଓ ଧାରା ୩୫୧(୩) ଗୁରୁତର ଆପରାଧିକ ଧମକ ଭଳି ସଙ୍ଗିନ ଦଫା ଲାଗିଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଅରୁଣଙ୍କୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସେହିପରି ପୀଡିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀ ମାଇନା କରାଯାଇଥିବା ପୋଲିସ କହିଛି।
ଅଭିଯୋଗ ଓ ଥାନାଧିକାରୀ ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ସୂଚନା ଅନୁସାରେ, ଗତ ୨ବର୍ଷ ହେବ ପୀଡିତା ଯୁବତୀ ଜଣକ ପରିବହନ ବିଭାଗରେ ଚାକିରି କରୁଛନ୍ତି। ସେ ଅବିବାହିତ। ଅତିରିକ୍ତ ସଚିବ ଅରୁଣ ବିଭିନ୍ନ ସମୟରେ କାମ ନ ଥାଇ ତାଙ୍କ ଚାମ୍ବରକୁ ଡାକି କଥା ହେଉଥିଲେ। ଏପରିକି ତାଙ୍କ ଅଜାଣତରେ ମୋବାଇଲ୍‌ ଫୋନ୍‌ରୁ ଫଟୋ ନେଇ ଏହାକୁ ଏଡିଟ୍‌ କରି ଅଶ୍ଳୀଳ କରି ବ୍ଲାକ୍‌ମେଲିଂ କରୁଥିଲେ। ତାଙ୍କ ସହ ଶାରୀରିକ ସମ୍ପର୍କ ନ ରଖିଲେ ଚାକିରିରୁ ବିଦା କରିବାର ଧମକ ଦେଉଥିଲେ। ଏଭଳି ବ୍ଲାକ୍‌ମେଲିଂ କରି ଅରୁଣ ତାଙ୍କୁ ଏକାଧିକଥର ବଳାକତ୍ାର କରିଥିବା ପୀଡିତା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅରୁଣଙ୍କ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ପୀଡିତା ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ସେ ଅରୁଣଙ୍କ ଫୋନ କଲ୍‌ ନ ଉଠାଇବା ସହ ଅଫିସ୍‌ରେ ଏତେଟା କଥା ହେଉ ନ ଥିଲେ। ତେବେ ଗୁରୁବାର ରାତି ପ୍ରାୟ ୨ଟାରେ ଅରୁଣ ତାଙ୍କୁ ଫୋନ୍‌ କରିଥିଲେ। ହେଲେ ପୀଡତା ନ ଉଠାଇବାରୁ ଅରୁଣ ସେ ରହୁଥିବା ୟୁନିଟ୍‌-୩ ପିଜି ହଷ୍ଟେଲକୁ ଯାଇ କବାଟ ବାଡେଇଥିଲେ। ସେ କବାଟ ଖୋଲିବା ପରେ ଅରୁଣ ତାଙ୍କୁ ବଳାକତ୍ାର ଉଦ୍ୟମ କରିଥିଲେ। ହେଲେ ପୀଡିତା ତାଙ୍କୁ ବିରୋଧ କରିବାରୁ ସେ ତାଙ୍କ ତଣ୍ଟିଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ଅରୁଣଙ୍କ ଏଭଳି ପାଗଳାମି ବଢିବା ପରେ ସେ ୧୧୨କୁ ଫୋନ କରି ପିସିଆର୍‌ ଭ୍ୟାନ୍‌କୁ ଡାକିଥିଲେ। ପିସିଆର୍‌ ପୋଲିସ ପହଞ୍ଚତ୍ ଅରୁଣଙ୍କୁ ବୁଝାଇଥିଲେ। ହେଲେ ସେ ନ ବୁଝି ପୁଣି ଉପତ୍ାତ କରିବାରୁ ତାଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ଶୁକ୍ରବାର ସକାଳୁ ଯୁବତୀ ଜଣକ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଅରୁଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ଅରୁଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ନିଲମ୍ବନ କରାଯାଇପାରେ ବୋଲି ସୂଚନା ମିଳିଛି।

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button