ଜାତୀୟ

ସୁନା ବିକି ନୂଆ ଫୋନ୍‌ କିଣୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୧୯ା୯: ଆପଲ କମ୍ପାନୀ ପ୍ରସ୍ତୁତ ନୂଆ ଆଇଫୋନ୍‌ ୧୮ ସିରିଜ୍‌ର ବିକ୍ରି ଆନୁଷ୍ଠାନିକ ଭାବେ ଶୁକ୍ରବାର ଆରମ୍ଭ ହୋଇଛି। ନିକଟରେ ଏହି ଫୋନ୍‌ର ବିକ୍ରି ଏବଂ ଫିଚର ସମ୍ପର୍କରେ କମ୍ପାନୀ ପକ୍ଷରୁ ଘୋଷଣା କରାଯିବା ସହ ଏହାର ମୂଲ୍ୟ ସମ୍ପର୍କରେ ମଧ୍ୟ ସୂଚିତ କରାଯାଇଥିଲା। ତେବେ ବଜାରରେ ଏହି ନୂଆ ଫୋନ୍‌ ଉପଲବ୍ଧ ହେବାକୁ ନେଇ ଆଇଫୋନ୍‌ ଲଭରମାନେ ଅପେକ୍ଷା କରିଥିଲେ। ଶୁକ୍ରବାର ଦିଲ୍ଲୀ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ପ୍ରମୁଖ ସହରଗୁଡିକରେ ଏହାର ବିକ୍ରି ଆରମ୍ଭ ହୋଇଥିଲାବେଳେ ଗ୍ରାହକମାନେ ସକାଳ ୭ଟାରୁ ଏହି ଫୋନ୍‌ କିଣିବାକୁ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ଏପରିକି ଉପରୋକ୍ତ ସହରଗୁଡିକଠାରୁ ୩୦୦ କି.ମି. ଦୂରରେ ରହୁଥିବା ଗ୍ରାହକମାନେ ପୂର୍ବ ରାତିରୁ ଆସି ଫୋନ୍‌ କିଣିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, କେତେଜଣ ଗ୍ରାହକ ଏହି ନୂଆ ସିରିଜ୍‌ର ଆଇଫୋନ କିଣିବାକୁ ସେମାନଙ୍କ ସୁନା ଗହଣା ମଧ୍ୟ ବିକି ଦେଇଥିବା ଜଣାପଡ଼ିଛି। କେତେଜଣ କ୍ରେତା ପ୍ରଥମଥର ପାଇଁ ଆପଲ୍‌ର ଏହି ସର୍ବାଧୁନିକ ଫୋନ କିଣିବାକୁ ଆସିଥିଲାବେଳେ ଅନ୍ୟ କ୍ରେତାଙ୍କ ପାଇଁ ଏହା ଏକ ସାଧାରଣ ଅପ୍‌ଗ୍ରେଡେଶନ ଥିଲା। ମୁମ୍ବାଇ,ଦିଲ୍ଲୀ, ନୋଏଡା ଏବଂ ବେଙ୍ଗାଲୁରୁସ୍ଥିତ ଆପଲ ଷ୍ଟୋରଗୁଡିକରେ ପ୍ରଥମ ଗ୍ରାହକ ହେବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ଷ୍ଟୋର୍‌ ଖୋଲିବାର ଅନେକ ଘଣ୍ଟା ପୂର୍ବରୁ ଗ୍ରାହକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖାଯାଇଥିଲା। ଦୀର୍ଘ ପଥ ଯାତ୍ରାକରି ଆସିବା, ଅନେକ ଘଣ୍ଟା ଅପେକ୍ଷା କରିବା ଏବଂ ସର୍ବଶେଷରେ ଏକାଧିକ ଲକ୍ଷ ଟଙ୍କା ଦେଇ ଫୋନ କିଣି ଗ୍ରାହକମାନେ ଖୁସି ଥିବା ଦେଖାଯାଇଥିଲା। ନୋଏଡାସ୍ଥିତ ଆପଲ ଷ୍ଟୋରରୁ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପାଇଁ ଆଇଫୋନ ୧୮ ପ୍ରୋ କିଣିବାକୁ ସୁନା ବିକ୍ରି କରିଥିବା କହିଥିବା ବେଳେ ପଞ୍ଜାବର ଅନ୍ୟ ଜଣେ କ୍ରେତା ଦୁଇଟି ଆଇଫୋନ ପାଇଁ ୩.୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button