ମନୋରଞ୍ଜନ

Katrina: ପୁଣି ଚର୍ଚ୍ଚାରେ କ୍ୟାଟ୍ରିନା

ଜଣେ ମହିଳା କେତେ ପରିଶ୍ରମୀ, କେତେ ସଫଳ ଓ କେତେ ଦୟାଳୁ; ସେଭଳି ଭାବେ ପରିଭାଷିତ ହେବା ଉଚିତ। ମାତ୍ର ଦୁଃଖର ବିଷୟ, ଅନେକ ସମୟରେ ସେମାନଙ୍କୁ କେବଳ ସୌନ୍ଦର୍ଯ୍ୟର ମାପକାଠିରେ ବିଚାର କରାଯାଏ।

ଜଣେ ମହିଳା କେତେ ପରିଶ୍ରମୀ, କେତେ ସଫଳ ଓ କେତେ ଦୟାଳୁ; ସେଭଳି ଭାବେ ପରିଭାଷିତ ହେବା ଉଚିତ। ମାତ୍ର ଦୁଃଖର ବିଷୟ, ଅନେକ ସମୟରେ ସେମାନଙ୍କୁ କେବଳ ସୌନ୍ଦର୍ଯ୍ୟର ମାପକାଠିରେ ବିଚାର କରାଯାଏ। ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଚାଲିଥିବା ଚର୍ଚ୍ଚା ଏହାର ଏକ ଜ୍ୱଳନ୍ତ ଉଦାହରଣ। କ୍ୟାଟ୍ରିନାଙ୍କ ବ୍ୟୁଟି ବ୍ରାଣ୍ଡ୍‌ ‘କେ ବିୟୁଟି’ର ବ୍ୟବସାୟ ବଢ଼ି ବଢ଼ି ୩୫୦ କୋଟି ଟଙ୍କା ଛୁଇଁଛି; ଯାହାକି କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ପରିଶ୍ରମର ପ୍ରମାଣ। କିଛି ପ୍ରଶଂସକ କ୍ୟାଟ୍‌ଙ୍କୁ ତାଙ୍କ ବ୍ୟାବସାୟିକ ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି। ଅନ୍ୟ ପକ୍ଷରେ, ମାତୃତ୍ୱ ପରେ ଅଭିନେତ୍ରୀଙ୍କ ପରିବର୍ତ୍ତିତ ଚେହେରାକୁ ନେଇ ଲୋକେ ସମାଲୋଚନା ମଧ୍ୟ କରୁଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button