ମନୋରଞ୍ଜନ

Disha after Kriti: କୃତିଙ୍କ ପରେ ଦିଶା

ରକ୍ଷା ବନ୍ଧନ ବିଜ୍ଞାପ‌ନରେ କୃତି ସେନନ୍‌ଙ୍କ ପରେ ଏବେ ଅମ୍ବାନୀ ପରିବାର ଗଣେଶ ପୂଜା ସମୟ‌େର ଦିଶା ପଟାନୀଙ୍କ ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିଶା ପିନ୍ଧିଥିବା ନାଲି ରଙ୍ଗର ଲେହେଙ୍ଗା, ପୂଜାରେ ଉପଯୁକ୍ତ ପୋଷାକ...

ରକ୍ଷା ବନ୍ଧନ ବିଜ୍ଞାପ‌ନରେ କୃତି ସେନନ୍‌ଙ୍କ ପରେ ଏବେ ଅମ୍ବାନୀ ପରିବାର ଗଣେଶ ପୂଜା ସମୟ‌େର ଦିଶା ପଟାନୀଙ୍କ ପୋଷାକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିଶା ପିନ୍ଧିଥିବା ନାଲି ରଙ୍ଗର ଲେହେଙ୍ଗା, ପୂଜାରେ ଉପଯୁକ୍ତ ପୋଷାକ ନୁହେଁ ବୋଲି ଦାବି କରିଛନ୍ତି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ। ଦିଶାଙ୍କ ବଡ଼ ବେକ (ଡିପ୍‌ନେକ୍‌) ବ୍ଲାଉଜ୍‌ ପିନ୍ଧା ଫଟୋ ଭାଇରାଲ୍‌ ହେବା ପରେ ତାଙ୍କ ପୋଷାକ ଚୟନ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି।

ସେ ପରିଧାନ କରିଥିବା ଲେହେଙ୍ଗାରେ ସୂକ୍ଷ୍ମ ଏମ୍ବ୍ରୋଡରି କାମ ଥିବାବେଳେ ତାହାକୁ ମେଳ ଖାଇବା ପରି କାନଫୁଲ ଓ ଚୁଡ଼ି ପିନ୍ଧିଥିଲେ ଦିଶା। ଅମ୍ବାନୀ ପରିବାରର ଗଣପତି ଉତ୍ସବରେ ପହଞ୍ଚିବା ସମୟରେ ସେ ପାପାରାଜିଙ୍କ ପାଇଁ ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ। କିଛି ଲୋକ ଦିଶାଙ୍କ ପୋଷାକ ଚୟନକୁ ସମାଲୋଚନା କରିଥିବାବେଳେ ଅନେକ ତାଙ୍କ ସମର୍ଥନରେ ବି ବାହାରିଛନ୍ତି। କେବଳ ପୋଷାକକୁ ଆଧାର କରି କାହାର ଧର୍ମ ପ୍ରତି ସମ୍ମାନକୁ ବିଚାର କରାଯିବା ଉଚିତ ନୁହେଁ ବୋଲି ତାଙ୍କ ସମର୍ଥକ ମତ ବ୍ୟକ୍ତ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button