ଦେଶ ବିଦେଶ
Iran: ଇରାନ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାର, କଂଗ୍ରେସକୁ ପେଣ୍ଟାଗନ୍ର ସୂଚନା
ଇରାନ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାରରେ ପହଞ୍ଚିଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଶୁକ୍ରବାର କଂଗ୍ରେସକୁ ଏହି ତଥ୍ୟ ଦେଇଥିବା ରିପୋର୍ଟ ହୋଇଛି।

ୱାସିଂଟନ୍: ଇରାନ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାରରେ ପହଞ୍ଚିଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଶୁକ୍ରବାର କଂଗ୍ରେସକୁ ଏହି ତଥ୍ୟ ଦେଇଥିବା ରିପୋର୍ଟ ହୋଇଛି। ସିଏନ୍ଏନ୍ ଦୁଇଜଣ ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ଆଧାରରେ ଏହି ଖବର ପ୍ରକାଶ କରିଛି। ସେପ୍ଟେମ୍ବର ୩ ସୁଦ୍ଧା ଯୁଦ୍ଧ ସମ୍ପର୍କିତ ଖର୍ଚ୍ଚ ୪୩.୬ ବିଲିୟନ ଡଲାର ଥିବା ବେଳେ ଅତିରିକ୍ତ ଇନ୍ଧନ କିଣିବା ପାଇଁ ଆଉ ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହାକୁ ମିଶାଇ ମୋଟ ଖର୍ଚ୍ଚ ୪୫.୧ ବିଲିୟନ ଡଲାର ହୋଇଛି।
ସୌଜନ୍ୟ ସମ୍ବାଦ




