ରାଜ୍ୟ

Elephant Attack: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ରାମେଇଖମାର ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ୪୩ ବର୍ଷୀୟ ପ୍ରମୋଦ ଭୋଇଙ୍କ ମୃତ୍ୟୁ। ଘଟଣାସ୍ଥଳରେ ବନ ବିଭାଗ ଓ ହାତୀ ସ୍କ୍ୱାର୍ଡର ନଜରଦାରୀ।

ଗଁଦିଆ: ଗତକାଲି ରାତ୍ରିରେ ନିଜର ଘରେ ଶୋଇଥିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରୁ ଜଣାଯାଏ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିଶିଆପଦା ଗ୍ରାମ ପଂଚାୟତ ଅଧୀନ ରାମେଇଖମାର ଗ୍ରାମର ଅଖିଳ ଭୋଇଙ୍କର ପୁଅ ପ୍ରମୋଦ ଭୋଇ(୪୩) ନିଜର ଚାଳ ଘରେ ଶୋଇଥିବା ସମୟରେ ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଏକ ବଡ଼ ଦାନ୍ତ ହାତୀ ଗତକାଲି ରାତ୍ରି ପ୍ରାୟ ସାଢ଼େ ଗୋଟାଏ ସମୟରେ ମୃତକ ପ୍ରମୋଦ ଭୋଇ ଶୋଇଥିବା ଘରର ମାଟି କାନ୍ଥ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲା। କଣ ଶବ୍ଦ ହେବାରୁ ପ୍ରମୋଦର ନିଦ ଭାଙ୍ଗି ଯାଇଥିଲା। ପାଖରେ ଥିବା ପ୍ରମୋଦଙ୍କୁ ଦଳିଦେଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button