Children: ଅପପୁଷ୍ଟି, ନିରକ୍ଷରତା ମଧ୍ୟରେ ଶଢ଼ୁଛନ୍ତି ଶିଶୁ: ସୁଧୁରୁନି କୋହ୍ଲ ଗ୍ରାମର ସ୍ଥିତି, ଅପରିପକ୍ବ ଶିଶୁ ଜନ୍ମ ସତ୍ତ୍ବେ ହେଉନି ଚିକିତ୍ସା
ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ନଗଡ଼ା ଭାବେ ପରିଚିତ କୁଲୁରୁକୁମ୍ପା ପଞ୍ଚାୟତର କୋହ୍ଲ ଗ୍ରାମର ସ୍ଥିତି ଶୋଚନୀୟ। ଗାଁରେ ମାଳମାଳ ଶିଶୁ ଅପପୁଷ୍ଟି ଓ ନିରକ୍ଷରତା ମଧ୍ୟରେ ଶଢୁଛନ୍ତି। ଘରର ମୁରବି ନିଶାସକ୍ତ ଅବସ୍ଥାରେ ହୁଡ଼ାଗଡ଼ି ଓ ଜଙ୍ଗଲରେ ବେହୋସ ହୋଇ ଗଡ଼ୁଛନ୍ତି।

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ନଗଡ଼ା ଭାବେ ପରିଚିତ କୁଲୁରୁକୁମ୍ପା ପଞ୍ଚାୟତର କୋହ୍ଲ ଗ୍ରାମର ସ୍ଥିତି ଶୋଚନୀୟ। ଗାଁରେ ମାଳମାଳ ଶିଶୁ ଅପପୁଷ୍ଟି ଓ ନିରକ୍ଷରତା ମଧ୍ୟରେ ଶଢୁଛନ୍ତି। ଘରର ମୁରବି ନିଶାସକ୍ତ ଅବସ୍ଥାରେ ହୁଡ଼ାଗଡ଼ି ଓ ଜଙ୍ଗଲରେ ବେହୋସ ହୋଇ ଗଡ଼ୁଛନ୍ତି। ଗାଁର ପିଲା ଖାଇବାକୁ ନପାଇ ଫୁଙ୍ଗୁଳା ଓ ନୁଖୁରା ହୋଇ ଏଣେତେଣେ ବୁଲୁଛନ୍ତି। ଆଶ୍ଚର୍ଯ୍ୟର କଥା, ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ପରିଲକ୍ଷିତ ହେଉଛି। ଏଠାରେ କେହି ପ୍ରସବ କଲେ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡା ମାଡ଼ନ୍ତି ନାହିଁ। କିଛିଦିନ ତଳେ ଗ୍ରାମର ଜଗନ୍ନାଥ ନାୟକଙ୍କ ପତ୍ନୀ ସୁମିତ୍ରା ନାୟକ ଏକ ଅପରିପକ୍ବ ଶିଶୁ ଜନ୍ମ ଦେଇଛନ୍ତି। ପୂର୍ବରୁ ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ରହିଛି। ଛୁଆଟିର ଓଜନ ମାତ୍ର ୧୧ଶହ ଗ୍ରାମ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ପରିବାର ଲୋକ ଅରାଜି। ଗତକାଲି ଗାଁକୁ ଆର୍ବିଏସ୍କେ ଟିମ୍ ଶିଶୁର ଯତ୍ନ ପାଇଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ଯାଇଥିବା ବେଳେ ପରିବାର ଲୋକଙ୍କ ବିରୋଧରୁ ନିରାଶ ହୋଇ ଫେରିଛନ୍ତି। ଏଭଳି ଘଟଣାକୁ ନେଇ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାଶନ ପାଇଛି।
ସୌଜନ୍ୟ ସମ୍ବାଦ




