ରାଜ୍ୟ

ମଧ୍ୟପ୍ରଦେଶରୁ ଫେରିଲା ଓଡ଼ିଆ ପରିବାରର ପାର୍ଥିବ ଶରୀର, ସ୍ୱର୍ଗଦ୍ୱାରରେ ଏକାଠି ଜଳିଲା ୭ ଜୁଇ, କାନ୍ଦ ବୋବାଳିରେ ଫାଟିଲା ଅଞ୍ଚଳ

ଭୁବନେଶ୍ୱର,୨୧/୦୯: ମଧ୍ୟପ୍ରଦେଶରେ ନାଳରେ ଭାସିଯାଇ ପ୍ରାଣ ହରାଇଥିବା ଜୟଦେବ ବିହାରର ଆତ୍ମାରାମ ବସ୍ତିବାସିନ୍ଦା ବନମାଳି ବେହେରାଙ୍କ ପରିବାରର ୭ ସଦସ୍ୟଙ୍କ ମୃତଦେହ ରବିବାର ରାତି ପ୍ରାୟ ସାଢେ ୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା । ମଧ୍ୟପ୍ରଦେଶ ଆଗର-ମାଲୱା ଜିଲ୍ଲାର ରାଜସ୍ୱ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ଓ ଏକ ପୁଲିସ ଟିମ ୩ଟି ଆମ୍ବୁଲାନ୍ସରେ ମୃତଦେହଗୁଡ଼ିକୁ ନେଇ ଆସିଥିଲେ । ଜୟଦେବ ବିହାରରୁ ଗାଡକଣ ଯାଏ ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଉ ଶେଷରେ ସ୍ୱର୍ଗ ଦ୍ୱାରରେ ଏକାସାଙ୍ଗରେ ଜଳିଲା ୭ ଜୁଇ।

ମୃତଦେହଗୁଡ଼ିକ ଆସୁଥିବା ଖବର ପାଇ ବନମାଳିଙ୍କ ଘର ସମ୍ମୁଖ ଓ ଜୟଦେବ ବିହାର ଛକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଆଖିରେ ଲୁହ, ମୁହଁରେ ସମବେଦନାର ସୁଅ । ତା ପୂର୍ବରୁ ବନମାଳିଙ୍କ ଘର ସାମ୍ନାରେ ସମ୍ପର୍କୀୟମାନେ ୭ଟି କୋକେଇ ବାନ୍ଧିଥିଲେ । ସମସ୍ତଙ୍କ ଆଖିରୁ ଆପେ ଲୁହ ଝରିଯାଉଥିଲା । ସମସ୍ତ ମୃତଦେହ ରାତି ପ୍ରାୟ ସାଢେ ଗୋଟାଏ ବେଳେ ବସ୍ତିରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡି଼ଥିଲା ସମଗ୍ର ଅଞ୍ଚଳ । ଭିଡ଼ ନିୟନ୍ତ୍ରଣରେ ପୁଲିସ ଫେଲ ମାରିଥିଲା । ପୁଲିସ କମିଶନର ଏସ୍ ଦେବଦତ୍ତ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button