ରାଜ୍ୟ

Revised books: ସ୍କୁଲରେ ପହଞ୍ଚିଲା ସଂଶୋଧିତ ବହି: ପ୍ରଥମ ଦିନରେ ବାଣ୍ଟିଲେ ୪୫ ହଜାର

ବିଧାନସଭା ଅଧିବେଶନରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ଉଠାଇ ବିରୋଧୀ ଘେରିବା ପୂର୍ବରୁ ଆଜିଠାରୁ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୫ ହଜାର ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଛି।

ଭୁବନେଶ୍ବର: ବିଧାନସଭା ଅଧିବେଶନରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗ ଉଠାଇ ବିରୋଧୀ ଘେରିବା ପୂର୍ବରୁ ଆଜିଠାରୁ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୪୫ ହଜାର ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯାଇଛି। ଯେଉଁଥିରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀ ପାଇଁ ଓଡ଼ିଆ ପାଠ୍ୟପୁସ୍ତକ ଏବଂ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ ଉର୍ଦ୍ଦୁ ପାଠ୍ୟପୁସ୍ତକ ଅନ୍ତର୍ଭୁକ୍ତ ରହିଛି।

ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକରେ ୪୧,୧୫୦ ଓଡ଼ିଆ ଓ ୩,୧୫୦ ଉର୍ଦ୍ଦୁ ପୁସ୍ତକ ବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ନିଗମ, ଜଟଣୀ, ଭୁବନେଶ୍ୱର ବ୍ଲକ, କଟକ ମହାନଗର ନିଗମ, କଟକ ସଦର, ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ବିଦ୍ୟାଳୟଗୁଡ଼ିକରେ ସଂଶୋଧିତ ବହି ପହଞ୍ଚିଛି। ବ୍ଲକସ୍ତରରେ ବହିଗୁଡ଼ିକ ପହଞ୍ଚିବା କ୍ଷଣି ଶିକ୍ଷା ଅଧିକାରୀମାନେ ସଙ୍ଗେ ସଙ୍ଗେ ତାହାକୁ ବିଦ୍ୟାଳୟକୁ ପଠାଇ ଦେଇଥିଲେ। ପ୍ରଧାନଶିକ୍ଷକମା‌ନେ ମଧ୍ୟ ତାହାକୁ ପିଲାଙ୍କୁ ବଣ୍ଟନ କରିବା ସହ ଫଟୋ‌ ଉଠାଇ ଗଣଶିକ୍ଷା ବିଭାଗକୁ ପଠାଇଛନ୍ତି। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ସଂଶୋଧିତ ପାଠ୍ୟପୁସ୍ତକ ଅନ୍ୟ ଜିଲ୍ଲାଗୁଡ଼ିକୁ ପଠାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button