ରାଜ୍ୟ

Maa Biraja: ୨୨ ବର୍ଷ ଧରି ଅସମାହିତ ମା’ ବିରଜାଙ୍କ ମୂର୍ତ୍ତି ବଦଳ ରହସ୍ୟ: ୧୫ ଦିନ ମଧ୍ୟରେ ପ୍ରକାଶ ନକଲେ ହାଇକୋର୍ଟ ଯିବେ ଆବେଦନକାରୀ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଘଟଣାକୁ ୨୨ ବର୍ଷ ବିତିବାକୁ ବସିଥିବା ବେଳେ ଏହାର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହେଲାନାହିଁ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆରମ୍ଭ...

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଘଟଣାକୁ ୨୨ ବର୍ଷ ବିତିବାକୁ ବସିଥିବା ବେଳେ ଏହାର ତଦନ୍ତ ରିପୋର୍ଟ ଏଯାଏଁ ସାର୍ବଜନୀନ ହେଲାନାହିଁ। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ଆର୍‌ଡିସି ତଦନ୍ତ ୨୦୦୬ରେ ଶେଷ ହୋଇ ରିପୋର୍ଟ ଦାଖଲ ହୋଇଥିବା କୁହାଯାଉଥିଲେ ମଧ୍ୟ ତାହା ସାର୍ବଜନୀନ ହୋଇନଥିବା ନେଇ ପ୍ରଶ୍ନ ଉଠିଛି। ଏହି ରିପୋର୍ଟକୁ ସାର୍ବଜନୀନ କରିବାକୁ ସାମାଜିକ କର୍ମୀ ହରେକୃଷ୍ଣ ଦାସ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଉକ୍ତ ରିପୋର୍ଟ ପ୍ରକାଶ କରାନଗଲେ ସେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button