ରାଜ୍ୟ
Boudh Railway Project: ବୌଦ୍ଧରେ ରେଳ ଚଳାଚଳକୁ ନୂଆ ଗତି: ଟନେଲ ଓ ଭାୟାଡକ୍ଟ ଦେଇ ଗଡ଼ିଲା ପରୀକ୍ଷାମୂଳକ ଇଞ୍ଜିନ
ବୌଦ୍ଧ ଜିଲ୍ଲାର ପୁରୁଣାକଟକରୁ ଚାରିଛକ ଅଭିମୁଖେ ରେଳ ଚଳାଚଳ ପାଇଁ ଟନେଲ ଓ ଭାୟାଡକ୍ଟ ଦେଇ ପରୀକ୍ଷାମୂଳକ ଇଞ୍ଜିନ ଚଳାଚଳ କରାଯାଇଛି। ସୁରକ୍ଷା ଯାଞ୍ଚ ପରେ ରେଳ ଚଳାଚଳ ଆରମ୍ଭ ହେବା ଆଶା।

ପୁରୁଣାକଟକ: ବୌଦ୍ଧ ଜିଲ୍ଲାରେ ରେଳଚଳାଚଳ ପୁରୁଣାକଟକ ପର୍ଯ୍ୟନ୍ତ ହେଇଥିବା ବେଳେ ଟନେଲ ପାଇଁ ପୁରୁଣାକଟକରୁ ଦଶପଲ୍ଲା ଯାଏଁ ରେଳ ଗଡ଼ି ପାରିନାହିଁ। ତେବେ ଦୁଇଟି ଭାୟାଡକ୍ଟ ସହ ୭ ନମ୍ବର ଟନେଲ ମଧ୍ୟ ଦେଇ ଗଡ଼ିଲା ପରୀକ୍ଷାମୂଳକ ରେଳ ଇଞ୍ଜିନ। ୬୦ ସ୍ପିଡ୍ରେ ଟନେଲର ଅନ୍ଧାର କାଟି ଆଲୋକ ଆଡ଼କୁ ମାଡ଼ି ଚାଲିଲା ଟ୍ରେନ୍।
ସୌଜନ୍ୟ ସମ୍ବାଦ




