ରାଜ୍ୟ

Seriously Injured: ଇଣ୍ଟରନେଟ୍ କେବୁଲ କାମ ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକ ଗୁରୁତର

ବାଲେଶ୍ୱର ସୋରରେ ଇଣ୍ଟରନେଟ୍ କେବୁଲ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

ସୋର: ଇଣ୍ଟରନେଟକେବୁଲ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତର ଶିକାର ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମର ମଣିଭଦ୍ର ବାରିକ ସୋରର କ୍ଷେତ୍ରମଣି ଡିଜିଟାଲରେ ଇଣ୍ଟରନେଟ କେବୁଲ କାମ କରନ୍ତି।

ସୋର ଡାକ୍ତରଖାନା ପଛପଟେ କେବୁଲ କାମ କରୁଥିବା ବେଳେ ଅଘଟଣ

ଆଜି ସକାଳେ ସୋର ଡାକ୍ତରଖାନା ପଛପଟେ କେବୁଲ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button