Monsoon Session : ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୨୨/୯ : ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିବଙ୍ଗତ ପୂର୍ବତନ ବିଧାୟକଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ ହୋଇଛି । ନେପାଳ ବନ୍ୟାରେ ମୃତକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ହୋଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ସମର୍ଥନ କରିଛନ୍ତି ।
ଅକ୍ଟୋବର ୩ ଯାଏଁ ବିଧାନସଭା ଚାଲିବ । ଏଥର ମୋଟ ୯ଟି କାର୍ଯ୍ୟ ଦିବସ ରହିଛି । ଚଳିତ ଅଧିବେଶନରେ ୬ଟି ବିଲ୍ ଆସିବାର ସମ୍ଭାବନା ରହିଛି । ଏହି ସ୍ୱଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି । ଏମ୍ଏମ୍ଡିଆର ସଂଶୋଧନ ବିଲ୍ରୁ ନେଇ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣନୀତି କରିଛନ୍ତି । ଏମଏମଡିଆର ପ୍ରସଙ୍ଗରେ ମୋସନ ଆଲୋଚନା ପାଇଁ ବିଜେଡି ପକ୍ଷରୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ସରକାର ମଧ୍ୟ ସବୁ ପ୍ରସଙ୍ଗର ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିଧାନସଭା ସମୟରେ ଗୃହ ବାହାରେ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ କାର୍ଯ୍ୟକ୍ରମ ରଖିଛନ୍ତି ।
ସୌଜନ୍ୟ ପ୍ରମେୟ




