ରାଜ୍ୟ

Red Flags: ବେଳାଭୂମିରେ ଉଡ଼ିଲା ନାଲି ପତାକା, ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣା, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀରେ ବଦଳିଲା ପାଣିପାଗ, ସମୁଦ୍ର ଅଶାନ୍ତ; ପର୍ଯ୍ୟଟକଙ୍କ ସ୍ନାନ ଉପରେ କଟକଣାପୁରୀ, ୨୨/୦୯: ବଦଳିଛି ପୁରୀର ପାଣିପାଗ। ରବିବାର ରାତିରୁ ଜିଲ୍ଲାରେ ହାଲୁକା ପବନ ସହ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ହାରାହାରି ୧୪.୮୩ ମିମି ବର୍ଷା ରେକର୍ଡ ହୋଇଛି। ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର କୂଳ ଲଂଘୁଥିବା ଦେଖିବାକୁ ମିଳିଛି। ଫଳରେ ବେଳାଭୂମିରେ ରେଡ୍ ଫ୍ଲାଗ ଲଗାଲା ପୁରୀ ପ୍ରଶାସନ।

ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ପୁରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ବର୍ଷା ଓ ପବନ ନେଇ ସତର୍କତା ଜାରି ହୋଇଛି। ପାଣିପାଗକୁ ଦୃଷ୍ଟିରେ ରଖି ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button