ଜାତୀୟ

Crime News : ଦିଲ୍ଲୀରେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକ ଗିରଫ

ନୂଆଦିଲ୍ଲୀ,୨୨/୦୯: ରାଜଧାନୀ​‌ରେ ପୁଣି ଲଜ୍ଜା।  କେନ୍ଦ୍ରୀୟ ଦିଲ୍ଲୀର ଦେଶବନ୍ଧୁ  ଗୁପ୍ତା ରୋଡ ଥାନା ଅଞ୍ଚଳରେ ଜଣେ ୭ ବର୍ଷୀୟା  ନାବାଳିକାକୁ ଦୁଷ୍କର୍ମ କରାଯିବା ନେଇ ଅଭିଯୋଗ  ହୋଇଛି । ଖବର ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଜେରା ପରେ  ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ସ୍ଥାନୀୟ ଲୋକେ ହିଁ ୩୪  ବର୍ଷୀୟ ଅଭିଯୁକ୍ତ ଅଙ୍କିତକୁ ଧରି ଥାନାକୁ ନେଇଥିଲେ । ଏହାପରେ ପୁଲିସ  ତା’ ବିରୋଧରେ ପୋକ୍ସୋ ଆଇନ ଏବଂ ବିଏନ୍‌ଏସ୍‌ ସମ୍ବନ୍ଧିତ ଧାରାଗୁଡ଼ିକରେ  ଏଫ୍‌ଆଇଆର୍‌ ରୁଜୁ କରିଛି । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା  ପ୍ରକାଶ ପାଇଛି । ଲୋକମାନେ ଥାନାକୁ ଘେରି ହଙ୍ଗାମା କରିଛନ୍ତି । ଅଭିଯୁକ୍ତ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ବରିଷ୍ଠ  ପୁଲିସ ଅଧିକାରୀମାନେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି  ଶାନ୍ତ ପଡ଼ିଛି । ଥାନା ନିକଟରେ ଭାରୀ ପୁଲିସ ବଳ ମୁତୟନ କରାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button