ରାଜ୍ୟ

Indian killed in UAE : ୟୁଏଇରେ ଭାରତୀୟଙ୍କୁ ହତ୍ୟା, ଶବକୁ ୯ ଖଣ୍ଡ କରି ବ୍ୟାଗରେ ରଖିଥିଲା ଅଭିଯୁକ୍ତ

ଆବୁଧାବି, ୨୪/୯ : କର୍ଣ୍ଣାଟକ ଉଡୁପି ଜିଲ୍ଲାର ବାସିନ୍ଦା ଅଲୱିନ୍ ପ୍ରକାଶ କୁନ୍ଦରଙ୍କୁ ୟୁଏଇର ଶାରଜାହ ସହରରେ ହତ୍ୟା କରାଯାଇଛି । ଓମାନ ଯିବା ରାସ୍ତାରେ ପାର୍କ ହୋଇଥିବା ଏକ କାର୍‌ରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଅଲୱିନ୍‌ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଶବକୁ ୯ ଖଣ୍ଡ କରି କାଟି ୨ଟି ବ୍ୟାଗ୍‌ରେ ପୂରାଇ କାର୍‌ରେ ରଖିଥିଲା । ଘଟଣାଟି ଜୁଲାଇ ମାସର ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି । ଅଲୱିନ୍‌ଙ୍କ ଭାଇ ଅନୀଲ ସୋମବାର ଉଡୁପି ଏସ୍‌ପିଙ୍କୁ ସାକ୍ଷାତ କରି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।

ରିପୋର୍ଟ ଅନୁସାରେ, ଅଲୱିନ୍‌ ନିଜ ପତ୍ନୀ ଟିନା ଏବଂ ନାବାଳକ ପୁଅଙ୍କ ସହ ଶାରଜାହରେ ରହୁଥିଲେ । ସେ ଶାରଜାହ ବିମାନବନ୍ଦରରେ ଦୀର୍ଘ ୧୪ ବର୍ଷ ହେଲା କାମ କରୁଥିଲେ । ଜୁଲାଇ ୨୦ ତାରିଖରେ ଅନୀଲ ଅଲୱିନ୍‌ଙ୍କୁ ଫୋନ୍‌ କରିଥିବାବେଳେ ସେପଟୁ କୌଣସି ଉତ୍ତର ଆସିନଥିଲା । ସପ୍ତାହେ ପରେ ସେ ଭାଇଙ୍କୁ ପୁଣିଥରେ ଫୋନ୍‌ କରିଥିଲେ । ସେଥର ବି କୌଣସି ଜବାବ ପାଇନଥିଲେ । ସେଥିଯୋଗୁ ସେ ଶାରଜାହରେ ଥିବା ଅଲୱିନଙ୍କ ବନ୍ଧୁ ମନୋହରଙ୍କୁ ଫୋନ୍‌ କରିଥିଲେ । ମନୋହର କମ୍ପାନିର ମାନବସମ୍ବଳ ବିଭାଗକୁ ଯୋଗାଯୋଗ କରିବାରୁ ଅଲୱିନ୍‌ ଭାରତ ପଳାଇଥିବା ସେମାନେ କହିଲେ । ପରବର୍ତ୍ତୀ ସମୟରେ ତାଙ୍କ ପାସ୍‌ପୋର୍ଟ ରେକର୍ଡ ଯାଞ୍ଚ କରାଯିବାରୁ ସେ ଶାରଜାହରେ ଥିବା ଜଣାପଡ଼ିଲା । ଏହାପରେ ଶାରଜାହ ପୁଲିସ ଓମାନ ଯିବା ରାସ୍ତାରେ ପାର୍କ ହୋଇଥିବା ଏକ କାରରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି । ଏହି ଘଟଣା ପରେ ତାଙ୍କ ପତ୍ନୀ, ପୁଅଙ୍କ କୌଣସି ସନ୍ଧାନ ମିଳୁନଥିବା ଅନୀଲ ଅଭିଯୋଗ କରିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button