ରାଜ୍ୟ
Rain Alert : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ;ଆଲର୍ଟରେ ପ୍ରଶାସନ,୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବକଣ୍ଟ୍ରୋଲ ରୁମ୍

ଭୁବନେଶ୍ବର,୨୪ \୯ : ଗଜପତି ଜିଲ୍ଲାରେ ଲାଗି ରହିଛି ବର୍ଷା । ଗତ ୨୪ ଘଣ୍ଟାରେ ମୋହନାରେ ସର୍ବାଧିକ ୧୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଗତକାଲି ରା. ଉଦୟଗିରି ପାରିବେଟା ରାସ୍ତାରେ ପାହାଡ଼ ଧସିବା ସହ ପଥର ଖସି ରାସ୍ତା ଉପରେ ପଡିଥିଲା । ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ପାଣିଗଣ୍ଡା ରୋଷଣୀଗଣ୍ଡା ଗାଁ ଲୋକେ ଜଳବନ୍ଦୀ ଥିଲେ । ଗାଁ ର ୩୧ଜଣଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ବିଭିନ୍ନ ସ୍ଥାନରେ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛନ୍ତି । ଆଗକୁ ଆହୁରି ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ସମସ୍ତ ପ୍ରକାର ମୁକାବିଲା ପାଇଁ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପ୍ରଶାସନ ସଜାଗ ରହିଛି ।
ସୌଜନ୍ୟ ପ୍ରମେୟ




