ଦେଶ ବିଦେଶ
India GDP : ପ୍ରଥମ ତ୍ରିମାସୀରେ ଭାରତର ଅଭିବୃଦ୍ଧି ୭.୮% , ଏହା ବଜାୟ ରହିବ ତ?
ବିଶ୍ଳେଷଣ ଅନୁଯାୟୀ, ଦେଶରେ ବେସରକାରୀ ପୁଞ୍ଜି ବ୍ୟୟ ବଢ଼ିବା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ । କମ୍ପାନିଗୁଡ଼ିକ ଚାହିଦା ଦୃଢ଼ ରହିବ ଏବଂ ଆଗକୁ ମଧ୍ୟ ଏହା ବଜାୟ ରହିବ ବୋଲି ଆଶା କରୁଥିବାରୁ ପୁଞ୍ଜିନିବେଶ ବଢ଼ାଇବାକୁ ଆଗ୍ରହ ଦେଖାଉଛନ୍ତି ।

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ତ୍ରିମାସୀରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୮ ପ୍ରତିଶତ ରହିଛି । ଏହି ଦୃଢ଼ ଅଭିବୃଦ୍ଧି ଆଗାମୀ ତ୍ରିମାସୀଗୁଡ଼ିକରେ ମଧ୍ୟ ବଜାୟ ରହିବ କି ନାହିଁ, ତାହା ନେଇ ଅର୍ଥନୀତି ମହଲରେ ଆଲୋଚନା ଚାଲିଛି । ଟାଇମ୍ସ ଅଫ୍ ଇଣ୍ଡିଆର ତୁଲସୀ ଜୟକୁମାରଙ୍କ ବିଶ୍ଳେଷଣରେ ଏହି ପ୍ରଶ୍ନର ମୁଖ୍ୟ ଦିଗ ଭାବେ ବେସରକାରୀ ପୁଞ୍ଜିନିବେଶକୁ ଗୁରୁତ୍ୱ ଦିଆଯାଇଛି ।
ସୌଜନ୍ୟ ସମ୍ବାଦ




