ରାଜ୍ୟ

Assembly: ଅଚଳାବସ୍ଥା ହଟୁନି: ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ

ବିଧାନସଭା ଚାଲୁନି। ଲଗାତାର ତୃତୀୟ ଦିନ ପାଇଁ ଗୃହ ଅଚଳ ହୋଇଛି। ଦୁଇ ଓଳିରେ ନାମକୁ ମାତ୍ର ଗୃହ କାର୍ଯ୍ୟ ଆରମ୍ଭ ହେଉଛି ଏବଂ କିଛି ମିନିଟ୍ ଭିତରେ ବନ୍ଦ ହେଉଛି। ବିରୋଧୀ ଜିଦିରେ ଅଟଳ। ଆଉ ସରକାରୀ ଦଳ ବୁଝାଇବାକୁ ଚାହୁନି।

ଭୁବନେଶ୍ବର: ବିଧାନସଭା ଚାଲୁନି। ଲଗାତାର ତୃତୀୟ ଦିନ ପାଇଁ ଗୃହ ଅଚଳ ହୋଇଛି। ଦୁଇ ଓଳିରେ ନାମକୁ ମାତ୍ର ଗୃହ କାର୍ଯ୍ୟ ଆରମ୍ଭ ହେଉଛି ଏବଂ କିଛି ମିନିଟ୍ ଭିତରେ ବନ୍ଦ ହେଉଛି। ବିରୋଧୀ ଜିଦିରେ ଅଟଳ। ଆଉ ସରକାରୀ ଦଳ ବୁଝାଇବାକୁ ଚାହୁନି। ସର୍ବଦଳୀୟ ବୈଠକ ହେଉନି। ଏମିତି ଏମିତିରେ ଚାଲିଛି ମୌସୁମୀ ଅଧିବେଶନ।
ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ବିଜେଡି ଗତ ଦୁଇଦିନ ଧରି ପାଠ୍ୟପୁସ୍ତକ ତ୍ରୁଟିକୁ ପ୍ରସଙ୍ଗ କରିଥିଲା ବେଳେ ଆଜି ଏମଏମଡିଆର୍ ସଂଶୋଧନ ଆଇନକୁ ପ୍ରସଙ୍ଗ କରିଥିଲା। କଂଗ୍ରେସ ଲଗାତାର ତିନି ଦିନ ହେଲା ଏହି ପ୍ରସଙ୍ଗକୁ ଧରିଛି। ଉଭୟ ଦଳର ସଭ୍ୟମାନେ ସରକାରଙ୍କ ବିରୋଧରେ ନାରାବାଜି କଲେ।

ବିରୋଧୀ ଜିଦିରେ ଅଟଳ, ଶାସକ ଦଳ ନିରବ
ସର୍ବଦଳୀୟ ବୈଠକ ହେଉନି 
ଓଏମ୍‌ସି କାର୍ଯ୍ୟାଳୟରେ ବିଜେଡି ବିଧାୟକଙ୍କ ବିକ୍ଷୋଭ

ଏମଏମଡିଆର୍ ଆଇନ ବିରୋଧରେ ପ୍ଲାକାର୍ଡ ପ୍ରଦର୍ଶନ କଲେ। ‘ଖଣିଜ ସମ୍ପଦ ଓଡ଼ିଶାର, ରାଜସ୍ବ ଅଧିକାର ଓଡ଼ିଶାର’, ‘ସୁପ୍ରିମକୋର୍ଟଙ୍କ ରାୟ ପରେ ନୂଆ ଆଇନ କାହା ପାଇଁ’, ‘ବିଜେପି ବାଲା ଉତ୍ତର ଦିଅ, ମାଟି ଆଗ ନା ପାର୍ଟି ଆଗ’ ଆଦି ଲେଖାଥିଲା। ତାରାପ୍ରସାଦ ବାହିନୀପତି, ଧ୍ରୁବ ସାହୁ, ଯୋଗେଶ ସିଂହ, ମଙ୍ଗୁ ଖିଲ ପ୍ରମୁଖ ରିପୋଟର୍ସ ଟେବୁଲ୍ ଉପରେ ଠିଆ ହୋଇ ପ୍ରତିବାଦ ଜଣାଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ହୋହଲ୍ଲା ଭିତରେ ପ୍ରଶ୍ନକାଳ ଆରମ୍ଭ କରିଥିଲେ। ପ୍ରଥମେ ପ୍ରତାପ ଚନ୍ଦ୍ର ନାୟକଙ୍କ ଏକ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଥିଲେ। ପରେ ଟଙ୍କଧର ତ୍ରିପାଠୀଙ୍କ ମୂଳ ପ୍ରଶ୍ନ ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଥିଲେ। ହୋହଲ୍ଲା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଉ ନଥିଲା। ସ୍ଥିତି ସ୍ବାଭାବିକ ହେଉ ନଥିବା ଦେଖି ଉପବାଚସ୍ପତି ୧୩ ମିନିଟ୍ ପରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button