ରାଜ୍ୟ
Palapala River: ମୟୂରଭଞ୍ଜରେ ବଢ଼ିଲା ପଳପଳା ନଦୀର ଜଳସ୍ତର, ବାଲିଡ଼ିହା ପୋଲ ଉପରେ ୩ ଫୁଟ୍ ପାଣି
ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରେ ପଳପଳା ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଡ଼ିହା ପୋଲ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚତାରେ ପାଣି ପ୍ରବାହିତ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

ଶାମାଖୁଣ୍ଟା: ଆଜି ସକାଳ ୭ଟା ସମୟରେ ମୟୂରଭଞ୍ଜଜିଲ୍ଲା ଶାମାଖୁଣ୍ଟା ବ୍ଲକରେ ପ୍ରବାହିତ ପଳପଳା ନଦୀର ଜଳସ୍ତର ହଠାତ ବୃଦ୍ଧି ପାଇବା ଯୋଗୁଁ ବାଲିଡ଼ିହା ପୋଲ ଉପରେ ତିନିଫୁଟର ଜଳ ପ୍ରବାହିତ ହୋଇଥିବା ଜଣାଯାଇଛି। ଯାହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି।
ସୌଜନ୍ୟ ସମ୍ବାଦ




