ରାଜ୍ୟ

Tiger: ଖପରଖାଇ ଗାଁରେ ମହାବଳ ବାଘ: ଖାଲି ଘରେ ପଶି ରହିଛି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

ଠାକୁରମୁଣ୍ଡା ବନାଞ୍ଚଳର ଖପରଖାଇ ଗାଁରେ ମହାବଳ ବାଘ ଦେଖାଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ। ଜଣେ ବ୍ୟକ୍ତିଙ୍କ ଖାଲି ଘର ଭିତରେ ବାଘ ପଶି ରହିଥିବା ବେଳେ ବନ ବିଭାଗ ଘରକୁ ଚାରିପଟୁ ଘେରି ଉଦ୍ଧାର ପାଇଁ ଉଦ୍ୟମ କରୁଛି। ଲୋକଙ୍କୁ ସତର୍କ ରହିବା ସହ ରାତିରେ ଏକାକୀ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁରେ ମହାବଳ ବାଘ ଦେଖିବାକୁ ମିଳିଛି। ଗାଁର ଟୁକେ ହୋଙ୍କ ଘରପାଖରେ ବାଘଟି ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।

ସୂଚନା ଅନୁଯାୟୀ, ରାତି ଅନ୍ଧାରରେ ବାଘର ଉପସ୍ଥିତି ଜଣାପଡିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଲୋକେ ଟର୍ଚ୍ଚ ଲାଇଟ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି। ଫଟୋରେ ବାଘର ଦେହର ଦାଗ ସ୍ପଷ୍ଟ ଦେଖାଯାଉଛି।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

କାହାରି କ୍ଷୟକ୍ଷତି ହୋଇନାହଁ

ଲୋକେ ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବିଭାଗ ସୂଚନା ଦେଇଛି। ଜଣଙ୍କ ଖାଲି ରହିଥିବା ଘର ଭିତରେ ବାଘଟି ପଶିରହିଛି। ବନ ବିଭାଗ ଘର  ଚାରି ପଟେ ଜଗି ରହିଛି।  ମହାବଳ ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି। କାହାରି କ୍ଷୟକ୍ଷତି ହୋଇନାହଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button