ଖେଳ

India Kabaddi Team: କବାଡ଼ି: ଯୁଗଳ ସ୍ବର୍ଣ୍ଣ ଦୌଡ଼ରେ ଭାରତ

ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲ୍‌ରେ ପହଞ୍ଚି ଦେଶ ପାଇଁ ୨ ସ୍ବର୍ଣ୍ଣ ପଦକ ଜିିତିବାର ଆଶା ସଞ୍ଚାର କରିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜ ସେମିଫାଇନାଲ୍‌ ମ୍ୟାଚ୍‌କୁ ସହଜରେ ଜିତି ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି।

ଆଇଚି:ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲ୍‌ରେ ପହଞ୍ଚି ଦେଶ ପାଇଁ ୨ ସ୍ବର୍ଣ୍ଣ ପଦକ ଜିିତିବାର ଆଶା ସଞ୍ଚାର କରିଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜେୟ ଥିବା ଭାରତୀୟ ପୁରୁଷ ଓ ମହିଳା ଦଳ ନିଜ ନିଜ ସେମିଫାଇନାଲ୍‌ ମ୍ୟାଚ୍‌କୁ ସହଜରେ ଜିତି ସ୍ବର୍ଣ୍ଣ ଦୌଡ଼ରେ ସାମିଲ ହୋଇଛନ୍ତି। ୮ ସ୍ବର୍ଣ୍ଣ ବିଜେତା ପୁରୁଷ ଦଳ ଶୁକ୍ରବାର ସେମିଫାଇନାଲ୍‌ରେ ଥାଇଲାଣ୍ଡକୁ ୬୬-୨୮ରେ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ଦଳର ରେଡରମାନେ ଲଗାତାର ବୋନସ୍ ପଏଣ୍ଟ ହାସଲ କରି ଥାଇଲାଣ୍ଡକୁ ଚାପରେ ରଖିଥିଲେ। ଦେବାଙ୍କ ଦଲାଲଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ଆରମ୍ଭରୁ ଥାଇଲାଣ୍ଡକୁ ଅଲ୍‌ଆଉଟ୍‌ କରି ଦେଇଥିଲା। ଏହାପରେ ଭାରତକୁ ଥାଇଲାଣ୍ଡ ଅଲ୍‌ଆଉଟ୍‌ କରି ମ୍ୟାଚ୍‌କୁ ଫେରିଥିଲା।

ଥାଇଲାଣ୍ଡକୁ ଅଲ୍‌ଆଉଟ୍‌ କରିବାକୁ ଭାରତ ସକ୍ଷମ

ପ୍ରଥମାର୍ଦ୍ଧର ଶେଷ ସମୟରେ ଭାରତ ପୁଣି ଥରେ ଥାଇଲାଣ୍ଡକୁ ଅଲ୍‌ଆଉ୍‌ଟ କରି ୩୭-୧୮ରେ ଆଗୁଆ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଦେବାଙ୍କ ଚମକରେ ପୁଣି ଥରେ ଥାଇଲାଣ୍ଡକୁ ଅଲ୍‌ଆଉଟ୍‌ କରିବାକୁ ଭାରତ ସକ୍ଷମ ହୋଇଥିଲା। ଶେଷରେ ଭାରତ ୬୬-୨୮ରେ ଥାଇଲାଣ୍ଡକୁ ମାତ୍‌ ଦେଇ ନବମ ସ୍ବର୍ଣ୍ଣ ପଦକ ଦିଗରେ ଆଉ ଗୋଟିଏ ପାଦ ବଢ଼ାଇଥିଲା। ଭାରତର ୬୬ ପଏଣ୍ଟ୍‌ ୪୩ ଆଉଟ୍‌, ୧୫ ବୋନସ ଓ ୮ ଅଲ୍‌ଆଉଟ୍‌ରୁ ଆସିଥିଲା। ସେହିଭଳି ଥାଇଲାଣ୍ଡ ୨୦ ଆଉଟ୍‌, ୫ ବୋନସ, ୨ ଅଲ୍‌ଆଉଟ୍‌ ସହ ମୋଟ ୨୮ ପଏଣ୍ଟ୍‌ ପାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button