Table Tennis: ଟିଟି: ଶ୍ରୀଜା-ସିଣ୍ଡ୍ରେଲା, ଯଶସ୍ବିନୀ-ଦିୟା, ମନୁଷ ଆଗେଇଲେ
ଭାରତୀୟ ଟିଟି ଖେଳାଳିମାନେ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ଚମତ୍କାର ପ୍ରଦର୍ଶନ କରି ଆଗକୁ ବଢ଼ିଛନ୍ତି। ମହିଳା ଯୁଗଳ ଯୋଡ଼ି ଶ୍ରୀଜା ଅକୁଲା ଓ ସିଣ୍ଡ୍ରେଲା ଦାସ ଏବଂ ଯଶସ୍ବିନୀ ଘୋରପଡ଼େ ଓ ଦିୟା ଚିତାଲେ ପ୍ରିକ୍ବାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି।

ନାଗୋୟା:ଭାରତୀୟ ଟିଟି ଖେଳାଳିମାନେ ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ଚମତ୍କାର ପ୍ରଦର୍ଶନ କରି ଆଗକୁ ବଢ଼ିଛନ୍ତି। ମହିଳା ଯୁଗଳ ଯୋଡ଼ି ଶ୍ରୀଜା ଅକୁଲା ଓ ସିଣ୍ଡ୍ରେଲା ଦାସ ଏବଂ ଯଶସ୍ବିନୀ ଘୋରପଡ଼େ ଓ ଦିୟା ଚିତାଲେ ପ୍ରିକ୍ବାର୍ଟରଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ମନୁଷ ଶାହ ନିଜ ମ୍ୟାଚ୍ ଜିତି ଆଗେଇଛନ୍ତି। ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଶ୍ରୀଜା ଓ ସିଣ୍ଡ୍ରେଲା ୩-୦ (୧୧-୫, ୧୧-୪, ୧୨-୧୦)ରେ ମଙ୍ଗୋଲିଆର ବୁରେଞ୍ଜାରଗଲ ସାଞ୍ଜା ଓ ବୋଲୋର-ଏର୍ଡନ ବାତ୍ମୁଙ୍ଖଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଏହି ଯୋଡ଼ି ବିଶ୍ବର ୨ ନମ୍ବର ଚୀନ୍ ଖେଳାଳି କୁଆଇ ମାନ୍ ଓ ୱାଙ୍ଗ ମନ୍ୟୁଙ୍କୁ ଭେଟିବେ।
ଉତ୍ତର କୋରିଆର ୟୁ ତାଏ ରିଓଙ୍ଗଙ୍କୁ ଭେଟିବେ
ସେହିଭଳି ଯଶସ୍ବିନୀ ଓ ଦିୟା ୩-୦ (୧୧-୨, ୧୧-୨, ୧୧-୪)ରେ ଇରାନର ସେତାୟେଶ ଲୌଖାନୀ ଓ ମହଶିଦ ଅଶତାରୀଙ୍କୁ ହରାଇଥିଲେ। ଯଶସ୍ବିନୀ ଓ ଦିୟା ପ୍ରିକ୍ବାର୍ଟରଫାଇନାଲ୍ରେ ଚୀନ୍ର ଫାନ୍ ଶୁହାନ୍ ଓ ଚେନ୍ ୟିଙ୍କୁ ଭେଟିବେ। ପୁରୁଷ ଏକକରେ ବିଶ୍ବର ୪୩ ନମ୍ବର ମନୁଷ ୪-୦ (୧୧-୯, ୧୪-୧୨, ୧୧-୭, ୧୧-୪)ରେ ମାଲେସିଆର ୱଙ୍ଗ କ୍ବି ସେନ୍ଙ୍କୁ ମାତ୍ ଦେଇଥିଲେ। ରାଉଣ୍ଡ-୩୨ରେ ସେ ବିଶ୍ବର ୨୦ ନମ୍ବର ଇରାନର ବେନ୍ୟାମିନ୍ ଫାରାଜିଙ୍କୁ ଭେଟିବେ। ପ୍ରଥମ ରାଉଣ୍ଡ ବାଇ ପାଇଥିବା ମାନବ ସିଧାସଳଖ ରାଉଣ୍ଡ-୩୨ରେ ଉତ୍ତର କୋରିଆର ୟୁ ତାଏ ରିଓଙ୍ଗଙ୍କୁ ଭେଟିବେ।
ସୌଜନ୍ୟ ସମ୍ବାଦ




