ଦେଶ ବିଦେଶ

Iran: ଶାନ୍ତି ଆଲୋଚନା ବିଫଳ: ଆମେରିକାକୁ ଧମକାଇଲା ଇରାନ

ଆମେରିକା ସହ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଇରାନ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି। ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଇରାନ ସେନା କହିଛି।

ତେହେରାନ୍: ଆମେରିକା ସହ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଇରାନ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି। ଆମେରିକା ପୁଣି ଇରାନ ଉପରେ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଇରାନ ସେନା କହିଛି। ସେନା ମୁଖପାତ୍ର ମହମ୍ମଦ ଆକ୍ରାମିନିଆ କହିଛନ୍ତି ଯେ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି ଏବଂ ଏଥର ଆମେରିକାକୁ ଆହୁରି ଅଧିକ କ୍ଷତି ସହିବାକୁ ପଡ଼ିବ। ଇରାନର ସରକାରୀ ଗଣମାଧ୍ୟମରେ ଏହି ବକ୍ତବ୍ୟ ପ୍ରକାଶ ପାଇଛି।

ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଜଳପଥକୁ ପୁଣି ଖୋଲିବା ପାଇଁ ଦିଆଯାଇଥିବା ୭ ଦିନିଆ ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିବା ପରେ ଇରାନ ସେନା ଏପରି ବକ୍ତବ୍ୟ ଦେଇଛି। ଟ୍ରମ୍ପ କହିଛନ୍ତି ଯେ, ‘ସେମାନେ ଏକ ପ୍ରସ୍ତାବ ଦେଇଥିଲେ, କିନ୍ତୁ ମୁଁ ଏହାକୁ ନାକଚ କରିଦେଇଛି। ସେମାନେ ଯୁଦ୍ଧରେ ବହୁତ ଖରାପ ଭାବେ ହାରୁଥିବାରୁ ଜଳପଥକୁ ତୁରନ୍ତ ଖୋଲିବା ପାଇଁ ଚୁକ୍ତି କରିବାକୁ ଚାହୁଛନ୍ତି।’ ତେବେ ଟ୍ରମ୍ପଙ୍କ ଏହି ବକ୍ତବ୍ୟ ସତ୍ତ୍ୱେ, ମଧ୍ୟସ୍ଥ କତର ଏବଂ ପାକିସ୍ତାନ ଜରିଆରେ ଆମେରିକାର ସ୍ପଷ୍ଟ ଉତ୍ତରକୁ ଇରାନ ଅପେକ୍ଷା କରିଛି ବୋଲି ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button