ଦେଶ ବିଦେଶ

Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କଂଗ୍ରେସ, ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆର୍‌ଜେଡି ସମେତ ବିଭିନ୍ନ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ବିରୋଧୀ ଦଳଗୁଡ଼ିକ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ କ୍ରମାଗତ ଭାବେ ପ୍ରଶ୍ନ ଉଠାଇ...

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର କଂଗ୍ରେସ, ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ଆର୍‌ଜେଡି ସମେତ ବିଭିନ୍ନ ବିରୋଧୀ ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ବିରୋଧୀ ଦଳଗୁଡ଼ିକ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ କ୍ରମାଗତ ଭାବେ ପ୍ରଶ୍ନ ଉଠାଇ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଦୁର୍ବଳ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର), ନିର୍ବାଚନ କମିସନ ଏବଂ ଇଭିଏମ୍‌କୁ ନେଇ ବିରୋଧୀଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ବିବାଦକୁ ସେ ଅତ୍ୟନ୍ତ ଦାୟିତ୍ୱହୀନ ରାଜନୀତି ଭାବେ ବର୍ଣ୍ଣନା କରିଛନ୍ତି। ଏଭଳି କାର୍ଯ୍ୟକଳାପ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଭାରତର ସୁନାମ ନଷ୍ଟ ହେଉଛି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସିଇସି ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଚାଲିଥିବା ଏସ୍‌ଆଇଆର ପ୍ରକ୍ରିୟା ଉପରେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଆପତ୍ତି ଉଠାଇବା ପରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିସନରଙ୍କ ଉତ୍ତରଦାୟିତ୍ୱ ଦାବି କରିଥିଲେ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ନିର୍ବାଚନ କମିସନ ହେଉଛି ଏକ ବହୁସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥା, ଯେଉଁଠାରେ ଆଭ୍ୟନ୍ତରୀଣ ମତଭେଦ ରହିବା ସ୍ୱାଭାବିକ କଥା। ଏହାକୁ ନେଇ ସମଗ୍ର ବ୍ୟବସ୍ଥାକୁ କ୍ଷୁଣ୍ଣ କରିବା ଠିକ୍ ନୁହେଁ।

ବିରୋଧୀ ନିଜର ପରାଜୟ ପାଇଁ ଇଭିଏମ୍‌କୁ ଦାୟୀ ନକରି ଆତ୍ମସମୀକ୍ଷା କରିବା ଆବଶ୍ୟକ। ସେହିପରି ଇଭିଏମ୍ ଜରିଆରେ କଂଗ୍ରେସ ନିଜେ ଅନେକ ନିର୍ବାଚନ ଜିତି ସରକାର ଗଠନ କରିଥିବା ବେଳେ କେବଳ ପରାଜୟ ସମୟରେ ଏହାକୁ ନିନ୍ଦା କହିବା ହାସ୍ୟାସ୍ପଦ ଅଟେ ବୋଲି ଯୋଗୀ କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button