ଦେଶ ବିଦେଶ
Bank Strike: ଟଳିଲା ୩ ଦିନିଆ ବ୍ୟାଙ୍କ ଧର୍ମଘଟ!, ୨୮ରୁ ୩୦ ସେପ୍ଟେମ୍ବର ବନ୍ଦ ହେବନି ବ୍ୟାଙ୍କ
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ୩ ଦିନ ଧରି ବ୍ୟାଙ୍କରେ ତାଲା ପଡ଼ିବ ବୋଲି ଯେଉଁ ଆଶଙ୍କା ଥିଲା, ତାହା ଏବେ ଟଳିଯାଇଛି। ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଚିନ୍ତା ଦୂର ହୋଇଛି।

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ୩ ଦିନ ଧରି ବ୍ୟାଙ୍କରେ ତାଲା ପଡ଼ିବ ବୋଲି ଯେଉଁ ଆଶଙ୍କା ଥିଲା, ତାହା ଏବେ ଟଳିଯାଇଛି। ୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଚିନ୍ତା ଦୂର ହୋଇଛି।
ଦେଶର ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ୭ଟି ସଂଗଠନକୁ ନେଇ ଗଠିତ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ବା ୟୁଏଫ୍ବିୟୁ ଏହି ଧର୍ମଘଟର ଆହ୍ୱାନ କରିଥିଲା। ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବାକୁ ଥିଲେ। ଦେଶର ୧ ଲକ୍ଷ ୮୧ ହଜାରରୁ ଅଧିକ ବ୍ୟାଙ୍କ ଶାଖାର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥିଲା।
ସୌଜନ୍ୟ ସମ୍ବାଦ




