One Killed: ଗଞ୍ଜାମରେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ: ସୋରଡ଼ାରେ ଦୁଇ ଯୁବକଙ୍କୁ ଆକ୍ରମଣ, ଜଣେ ମୃତ
ସୋରଡ଼ା ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଛି। ତତାବାଲି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାରେ ସୁରମଣୀ ଗାଁର କୃଷ୍ଣ ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ରଜତ ବେହେରା ଗୁରୁତର ଆହତ ହୋଇଛନ୍ତି।

ସୋରଡ଼ା: ଗଞ୍ଜାମଜିଲ୍ଲା ସୋରଡ଼ା ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ଅଭିଯୋଗ ହୋଇଛି। ତତାବାଲି ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଦୁଇ ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ ସୁରମଣୀ ଗାଁର କୃଷ୍ଣ ଗୌଡ଼ । ଗୁରୁତର ରଜତ ବେହେରା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । କୃଷ୍ଣ ଓ ରଜତ ବାଇକରେ ଯାଉଥିବା ବେଳେ ତତାବାଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ବାଇକକୁ ଧକ୍କା ଦେଇଥିଲା । ଦୁହେଁ ତଳେ ପଡ଼ିଯିବା ପରେ କିଛି ଯୁବକ ସେଠାରେ ପହଞ୍ଚି ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଘଟଣାସ୍ଥଳରେ ସୋରଡ଼ା ପୁଲିସ ଓ ଆସିକା ଏସ୍ଡିପିଓ
ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସୁରମଣୀ ଗାଁରେ ଗଣେଶ ଭସାଣକୁ କେନ୍ଦ୍ର କରି କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ସୋରଡ଼ା ପୁଲିସ ଓ ଆସିକା ଏସ୍ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୌଜନ୍ୟ ସମ୍ବାଦ




