ରାଜ୍ୟ
‘Ek Ped Maa Ke Naam’ Campaign: ଖପ୍ରାଖୋଲରେ ‘ମା ପାଇଁ ଗଛଟିଏ’ ଅଭିଯାନ: ଚାରା ରୋପଣ ପରେ ଯତ୍ନ ନାହିଁ, ଶୁଖିଯାଉଛି ଗଛ
ଖପ୍ରାଖୋଲ ବ୍ଲକରେ ଚାଲିଥିବା ‘ମା ପାଇଁ ଗଛଟିଏ’ ଭଳି ଚାରା ରୋପଣ ଅଭିଯାନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଚାରା ଲଗାଇବା ସମୟରେ ଫଟୋ ଉଠାଇ ପ୍ରଚାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରାଯାଉଛି।

ଧଣ୍ଡାମୁଣ୍ଡା (ସରୋଜ ମିଶ୍ର): ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଚାଲିଥିବା ମା ପାଇଁ ଗଛଟିଏ ଭଳି ଚାରା ରୋପଣ ଅଭିଯାନ ଖପ୍ରାଖୋଲ ବ୍ଲକର ଅନେକ ସ୍ଥାନରେ କେବଳ ଲୋକଦେଖାଣିଆ କାର୍ଯ୍ୟକ୍ରମରେ ସୀମିତ ହୋଇପଡିଥିବା ଅଭିଯୋଗ ହେଉଛି। ଚାରା ଲଗାଇବା ସମୟରେ ଫଟୋ ଉଠାଇ ପ୍ରଚାର କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉ ନ ଥିବାରୁ ଅନେକ ଚାରା ନଷ୍ଟ ହେଉଥିବା ଦେଖାଯାଇଛି। ଚାରା ରୋପଣ ପୂର୍ବରୁ ଯେଭଳି ଉତ୍ସାହ ଦେଖାଯାଏ ଚାରା ଲଗାଇବା ପରେ ସେହି ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ନିୟମିତ ପାଣି ଦେବା ପଶୁଙ୍କ ଠାରୁ ସୁରକ୍ଷା କରିବା ଚାରା ଚାରିପାଖେ ସଫା ରଖିବା ଓ ଆବଶ୍ୟକ ଯତ୍ନ ନେବା ଭଳି ମୋଳିକ ବ୍ୟବସ୍ଥା ଅନେକ ସ୍ଥାନରେ ଅଭାବ ରହିଥିବା ଅଭିଯୋଗ ରହିଛି। ଫଳରେ ଚାରା ଲଗାଇବାର କିଛି ଦିନ କିମ୍ବା ମାସ ମଧ୍ୟରେ ଅନେକ ଚାରା ଶୁଖିଯାଉଛି।
ସୌଜନ୍ୟ ସମ୍ବାଦ




